୧୦୦୦ ଟଙ୍କିଆ ନୋଟ୍‌କୁ ନେଇ ବଢ଼ିଲା କଳ୍ପନା ଜଳ୍ପନା, ସ୍ପଷ୍ଟ କଲେ RBI ଗଭର୍ଣ୍ଣର

Published By : Prameya-News7 Bureau | May 22, 2023 IST

ନୂଆଦିଲ୍ଲୀ, ୨୨/୦୫: ଗତ ସପ୍ତାହରେ ଆରବିଆଇ ବଜାରରୁ ସମସ୍ତ ୨୦୦୦ ନୋଟ୍‌ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛି। ତେବେ ଆରବିଆଇର ନିଷ୍ପତ୍ତି ପରେ ଏବେ ପୁଣି ଥରେ ବଜାରକୁ ୧୦୦୦ ଟଙ୍କିଆ ନୋଟ୍‌ ଆସିବାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ହେଲେ ଏହାକୁ ଖଣ୍ଡନ କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଆରବିଆଇ ଗଭର୍ଣ୍ଣର କହିଛନ୍ତି ‘୨୦୦୦ ଟଙ୍କିଆ ନୋଟ୍‌ ବଦଳରେ ୧୦୦୦ ଟଙ୍କିଆ ନୋଟ୍‌କୁ ପୁଣି ଥରେ ରି-ଲଞ୍ଚ କରିବା ନେଇ କୌଣସି ଯୋଜନା ନାହିଁ। ହଜାରେ ଟଙ୍କିଆ ନୋଟ୍‌ ପୁଣି ପ୍ରଚଳନ କରାଯିବା କଥା ଏକ ଗୁଜବ। ଏବେ ସେଭଳି କୌଣସି ପ୍ରସ୍ତାବ ନାହିଁ।’

ସୂଚନାଥାଉକି, ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ହୋଇଥିଲା। ଏହା ଅନୁଯାୟୀ, ୫୦୦ ଏବଂ ୧୦୦୦ ଟଙ୍କା ନୋଟ୍‌ ବନ୍ଦ କରାଯାଇଥିଲା। ଆଉ ଏହା ବଦଳରେ ନୂଆ ୫୦୦ ଟଙ୍କା ଏବଂ ୨୦୦୦ ଟଙ୍କା ନୋଟ୍‌ ପ୍ରଚଳନକୁ ଆସିଥିଲା। ଆଉ ଏବେ ପ୍ରାୟ ୭ ବର୍ଷ ପରେ ରିଜର୍ଭ ବ୍ୟାଙ୍କ୍ ୨୦୦୦ ଟଙ୍କା ନୋଟ୍‌ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି।

ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍‌ ଅଛି ତାହାକୁ ୨୩ ମେ ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଡିପୋଜିଟ୍‌ କିମ୍ବା ବଦଳାଇବାକୁ କୁହାଯାଇଛି। ଏହା ସହ ବ୍ୟାଙ୍କ୍‌ମାନଙ୍କୁ ନୋଟ୍‌ ବଦଳାଇବା ପାଇଁ ଆସୁଥିବା ଲୋକଙ୍କ ପାଇଁ ସୁବିଧା କରିବାକୁ ଆରବିଆଇ ନିର୍ଦ୍ଦେଶ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.