କରୋନାରୁ ସୁସ୍ଥ ହୋଇ ଫେରିଲେ RBI ଗଭର୍ଣ୍ଣର, ଆସନ୍ତା ସପ୍ତାହରେ କାର୍ଯ୍ୟରେ ଯୋଗ ଦେବେ
7/11/2020 at 9:12 PM

ନୂଆଦିଲ୍ଲୀ ୭/୧୧: କରୋନାକୁ ମାତ ଦେଇ ସୁସ୍ଥ ହେଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଅକ୍ଟୋବର ୨୫ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଆରବିଆଇ ଗଭର୍ଣ୍ଣର ଏବେ ସୁସ୍ଥ ହୋଇଛନ୍ତି। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏହାସହ ସେ ଆସନ୍ତା ସପ୍ତାହରେ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାଇଛନ୍ତି ଶକ୍ତିକାନ୍ତ ଦାସ।
ଏନେଇ ଟ୍ବିଟ୍ କରି ଶକ୍ତିକାନ୍ତ ଲେଖିଛନ୍ତି, ‘ମୁଁ କୋଭିଡ-୧୯ ନେଗେଟିଭ୍ ଚିହ୍ନଟ ହୋଇଛି। ଆସନ୍ତା ମାସରେ କାର୍ଯ୍ୟକୁ ଫେରିବି। ଆଶୁ ଆରୋଗ୍ୟ କାମନା କରିଥିବାରୁ ଆପଣମାନଙ୍କୁ ଧନ୍ୟବାଦ।’
ଭାରତରେ ସଂକ୍ରମଣ କୁମୁଥିବା ନଜର ଆସିଥିବା ବେଳେ ଏବେ ସୁସ୍ଥ ହାର ୯୨.୪୧ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୭୭ ମୃତ୍ୟୁ ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧,୨୫,୫୬୨ରେ ପହଞ୍ଚିଛି। ତେବେ କରୋନା କବଳରେ ବହୁ ବଡ଼ ବଡ଼ ବ୍ୟକ୍ତି ପଡ଼ିଥିବା ବେଳେ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନୀତିନ ଗଡ଼କରି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେ ଚିକିତ୍ସିତ ହେବା ସହ ସୁସ୍ଥ ହୋଇ ଫେରିଛନ୍ତି।