AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଶୀର୍ଷକୁ ଛୁଇଁଛି ମୁଦ୍ରାସ୍ପିତି, RBI ଗଭର୍ଣ୍ଣର କହିଲେ ଏବେ ଧିରେ ଧିରେ ଖସିବ ୪%କୁ

23/08/2022 at 3:19 PM

ମୁମ୍ବାଇ ୨୩।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାସ୍ପିତି ତାର ଚରମ ସୀମାକୁ ଛୁଇଁ ସାରିଥିବା ଓ ଏବେ ଏହାକୁ ଧିରେ ଧିରେ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଏବେ ପ୍ରତ୍ୟେକ ତଥ୍ୟ ଉପରେ ନଜର ରଖୁଛନ୍ତି, ଏଥିରେ ସାମାନ୍ୟ କୋହଳ ମଧ୍ୟ କରାଯିବନି। ଏକ ଗଣମାଧ୍ୟମ ସାକ୍ଷାତକାରରେ ଆରବିଆଇ ଗଭର୍ଣ୍ଣର ଏହି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ୪ ମାସରେ ମୁଦ୍ରାସ୍ପିତି ଉପରେ ନିୟନ୍ତ୍ରଣ ହାସଲ ଲାଗି ଆରବିଆଇ ୩ ଥର ରେପୋ ହାର ସୁଧାର କରିଛନ୍ତି। ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏବେ ୪ ପ୍ରତିଶତର ମୁଦ୍ରାସ୍ପିତିରେ ପହଞ୍ଚିବା ଲାଗି ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ। ଏହା ସହ ଚାଲୁ ଖାତା (କରେଣ୍ଟ ଆକାଉଣ୍ଟ)ରେ ଯେଉଁ ଅନ୍ତର ଅଛି ତାକୁ ମଧ୍ୟ ସମ୍ଭାଳି ନିଆଯିବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। କାରଣ ଆଗାମୀ ମାସ ମାନଙ୍କରେ ଦେଶର ରପ୍ତାନୀ ବଢିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ସେହିପରି କ୍ରେଫ୍ଟୋ କରେନ୍ସୀ ଉପରେ ମଧ୍ୟ କହିଛନ୍ତି ଆରବିଆଇ ଗଭର୍ଣ୍ଣର। ସେ କହିଛନ୍ତି ଯେ ଏହି ମୁଦ୍ରା ଯୋଗୁ ଆର୍ଥିକ ଅସ୍ଥିରତା ସୃଷ୍ଟି ହୋଇପାରେ, ଯାହା ଫୋରେକ୍ସ ହାର ଓ ନୀତି ଉପରେ ବିପରୀତ ପ୍ରଭାବ ପକାଇବ। ଅର୍ଥ ବ୍ୟବସ୍ଥାକୁ ଡଲାରରେ ଚଳାଇବାର ନୀତି ଭାରତୀୟ ସ୍ୱାର୍ଥର ବିପରୀତ ହୋଇପାରେ ବୋଲି ଗଭର୍ଣ୍ଣର କହିଛନ୍ତି। ସେହିପରି ବ୍ୟାଙ୍କ ଘରୋଇକରଣ ଉପରେ ମଧ୍ୟ ଶକ୍ତିକାନ୍ତ ଦାସ କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ନା ଏହା ସପକ୍ଷରେ ଅଛନ୍ତି ନା ବିପକ୍ଷରେ ବୋଲି ସେ କହିଛନ୍ତି।

   Related Posts