ଆରବିଆଇ ବଢ଼ାଇଲା ଟ୍ରେଡିଂ ସମୟ, ଏହି ସମୟ ପର୍ଯ୍ୟନ୍ତ କରିପାରିବେ ଟ୍ରେଡିଂ

Published By : Prameya-News7 Bureau | December 07, 2022 IST

ନୂଆଦିଲ୍ଳୀ, ୭/୧୨: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବୁଧବାର ଏହା ଦ୍ୱାରା ନିୟନ୍ତ୍ରିତ ବିଭିନ୍ନ ବଜାର ପାଇଁ ଟ୍ରେଡିଂ ସମୟ ବୃଦ୍ଧି କରିଛି। ନୂଆ ସମୟ ଅନୁଯାୟୀ ଏଣିକି ଟ୍ରେଡିଂ ସକାଳ ୯ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ନୂତନ ସମୟ ଡିସେମ୍ବର ୧୨ ରୁ କାର୍ଯ୍ୟକାରୀ ହେବ।

ନୂଆ ସମୟ ଅନୁଯାୟୀ, କଲ୍/ନୋଟିସ/ଟର୍ମ ମନୀ ମାର୍କେଟ ଏଣିକି ୫ ଟାରେ ବନ୍ଦ ହେବ। ସେହିଭଳି କମର୍ସିଆଲ ପେପର ଏବଂ ସାର୍ଟିଫିକେଟ୍ ଡିପୋଜିଟ୍ ମଧ୍ୟ ୫ ଟା ପର୍ଯ୍ୟନ୍ତ ହୋଇପାରିବ। କର୍ପୋରେଟ୍ ବଣ୍ଡ୍‌ର ରେପୋ ମଧ୍ୟ ୫ ଟାରେ ବନ୍ଦ ହେବ।

ତେବେ ଏଭଳି ନିଷ୍ପତ୍ତି ପଛରେ ସାଧାରଣ ଅର୍ଥ କାରବାରକୁ ଧୀରେ ଧୀରେ ଅଗ୍ରସର ହେବାର ଏକ ଅଂଶ ଭାବରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛି ରିଜର୍ଭ ବ୍ୟାଙ୍କ୍।

{"id":718584,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.