କେଉଁ ବ୍ୟାଙ୍କ କେତେ ସୁରକ୍ଷିତ; ଆରବିଆଇ ଜାରି କଲା ତାଲିକା, ଲିଷ୍ଟରେ SBI ସହିତ HDFC, ICICI

Published By : Prameya-News7 Bureau | January 03, 2023 IST

ନୂଆଦିଲ୍ଲୀ: କେଉଁ ବ୍ୟାଙ୍କ ସବୁଠାରୁ ସୁରକ୍ଷିତ । କେଉଁ ବ୍ୟାଙ୍କରେ ଗ୍ରାହକଙ୍କ ଟଙ୍କା ବୁଡ଼ିବ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କଲା ଦେଶର ସୁରକ୍ଷିତ ବ୍ୟାଙ୍କ ତାଲିକା । ଦେଶର ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଥିବା ଏହି ବ୍ୟାଙ୍କରେ କ୍ଷତି ହେଲେ ପୂରା ଦେଶବାସୀଙ୍କୁ ଏହା ଭୋଗିବାକୁ ପଡ଼ିବ । ଆରବିଆଇ ଡୋମେଷ୍ଟିକ୍ ସିଷ୍ଟମିକାଲି ଇମ୍ପୋଟାର୍ଣ୍ଟ ବ୍ୟାଙ୍କ ୨୦୨୨ ଲିଷ୍ଟ ଜାରି କରିଛି । ଯେଉଁଥିରେ ସରକାରୀ ଓ ବେସରକାରୀ ବ୍ୟାଙ୍କର ନାଁ ରହିଛି । ୨୦୨୨ ତାଲିକାରେ ପୂର୍ବ ବର୍ଷ ସାମିଲ ଥିବା ବ୍ୟାଙ୍କମାନଙ୍କ ନାଁ ମଧ୍ୟ ରହିଛି ।

ରିଜର୍ଭ ବ୍ୟାଙ୍କ ୨୦୨୨ ରିପୋର୍ଟରେ ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI ବ୍ୟତୀତ ଘରୋଇ ତଥା HDFC, ICICI ବ୍ୟାଙ୍କ ନାଁ ସାମିଲ ରହିଛି । ଡୋମେଷ୍ଟିକ୍ ସିଷ୍ଟମିକାଲି ଇମ୍ପୋଟାର୍ଣ୍ଟ ତାଲିକାରେ ସେହି ବ୍ୟାଙ୍କ ଗୁଡ଼ିକର ନାଁ ସାମିଲ ଥାଏ, ଯେଉଁ ବ୍ୟାଙ୍କ୍ ଫେଲ୍ ହେଲେ କି ବୁଡ଼ିଗଲେ ପୂରା ଦେଶର ଅର୍ଥନୈତିକ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼ିବ । ତେଣୁ ଏହି ବ୍ୟାଙ୍କମାନଙ୍କ ଉପରେ ଆରବିଆଇର ବିଶେଷ ନଜର ରହିଥାଏ ।

ରିଜର୍ଭ ବ୍ୟାଙ୍କ ଏମାନଙ୍କ ପାଇଁ କଡ଼ା ନିୟମ ଜାରି କରିଛି । ଏହି ବ୍ୟାଙ୍କ ଉପରେ ରିକ୍ସ୍ ଓ୍ବେଟେଡ୍ ଆସେଟର କିଛି ଅଂଶ ଟିୟର-1 ଇକ୍ୟୁଟି ଭାବେ ରହିଥାଏ । ଆରବିଆଇ ରିପୋର୍ଟ ଅନୁଯାୟୀ, ରିକ୍ସ୍ ଓ୍ବେଟେଡ୍ ଆସେଟର ୦.୬୦ ପ୍ରତିଶତ ଅଂଶ ଟିୟର-୧ ଇକ୍ୟୁଟିରେ ରଖିବା ଜରୁରୀ । ଏଥିରେ HDFC, ICICI ବ୍ୟାଙ୍କର ୦.୨୦ ପ୍ରତିଶତ ଅଂଶ ରହିଛି ।   

୨୦୧୫ରୁ ଆରବିଆଇ ଏହି ବ୍ୟାଙ୍କ ଗୁଡ଼ିକର ଲିଷ୍ଟ ଜାରି କରି ଏମାନଙ୍କ ଉପରେ କଡ଼ା ନଜର ରଖିଛି । ଆରବିଆଇ ପ୍ରତିବର୍ଷ ଅଗଷ୍ଟ ମାସରେ ଏହି ବ୍ୟାଙ୍କମାନଙ୍କର କାରବାର ଉପରେ ରେଟିଂ ଦେଇଥାଏ । ତେଣୁ ଏହି ବ୍ୟାଙ୍କ ବୁଡ଼ିବା ଆଶଙ୍କା କମ୍ ଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.