ବଜାଜ ଫାଇନାନ୍ସକୁ ଉପରେ ଆର୍‌ବିଆଇ ଛାଟ; ଇକମ ଓ ଇନଷ୍ଟା ଇଏମ୍‌ଆଇ କାର୍ଡରେ ଋଣ ଦେବା ବନ୍ଦ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ

Published By : Prameya-News7 Bureau | November 15, 2023 IST

ନୂଆଦିଲ୍ଲୀ: ବଜାଜ ଫାଇନାନ୍ସ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଛାଟ। ଇକମ ଓ ଇନ୍‌ଷ୍ଟା ଇଏମ୍‌ଆଇ କାର୍ଡ ମାଧ୍ୟମରେ ଦେଉଥିବା ଋଣକୁ ତୁରନ୍ତ ବନ୍ଦ କରିବାକୁ କମ୍ପାନୀକୁ ଆର୍‌ବିଆଇର ନିର୍ଦ୍ଦେଶ।

ଏନେଇ ଆର୍‌ବିଆଇ କହିଛି “ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୯୩୪ର ଧାରା ୪୫ଏଲ୍(୧)(ବି) ଶକ୍ତିକୁ ବ୍ୟବହାର କରି ଆର୍‌ବିଆଇ ଆଜି ବଜାଜ ଫାଇନାନ୍ସ ଲିମିଟେଡ୍‌କୁ ଇକମ ଓ ଇନ୍‌ଷ୍ଟା ଇଏମ୍‌ଆଇ କାର୍ଡ ଆଧୀନରେ ଋଣ ଦେବା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।”

ସୂଚନା ଅନୁସାରେ, କମ୍ପାନୀ ଡିଜିଟାଲ ଋଣ ଦେବା ଗାଇଡ୍‌ଲାଇନ୍‌ ମାନି ନଥିବାରୁ ଆର୍‌ବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଶେଷ କରି ଋଣକର୍ତ୍ତାଙ୍କର ମୁଖ୍ୟ ତଥ୍ୟ ବବରଣୀରେ ଅଭାବ, ସେହିପରି ଅନ୍ୟ ଡିଜିଟାଲ ଋଣ ପାଇଁ ଜାରି କରାଯାଇଥିବା ବିବରଣୀ କମ୍ ଥିବା ଯୋଗୁ  ଆର୍‌ବିଆଇ ବଜାଜ ଫାଇନାନ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ଥିଲା ବୋଲି ଆର୍‌ବିଆଇ କହିଛି।

ପଢନ୍ତୁ-ସେୟାର ବଜାରରେ ବଡ଼ ବୃଦ୍ଧି, ୭୪୨ ଅଙ୍କ ବଢିଲା ସେନସେକ୍ସ; ନିବେଶକଙ୍କ ଲାଭ ୩.୩୨ ଲକ୍ଷ କୋଟି

ତେବେ ଆର୍‌ବିଆଇକୁ ସନ୍ତୁଷ୍ଟ କଲା ଭଳି ଯଦି କମ୍ପାନୀ ଏହିସବୁ ସମସ୍ୟାର ସମାଧାନ କରେ ତେବେ ଏହି ପ୍ରତିବନ୍ଧକ ତୁରନ୍ତ ଉଠାଇ ନିଆଯିବ ବୋଲି ଆର୍‌ବିଆଇ କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.