ରାଜି ହେଲା ଆରବିଆଇ ; ଆର୍ଥିକ କ୍ଷେତ୍ରରେ ଋଣ ନିୟମ ହେବ କୋହଳ

Published By : Prameya-News7 Bureau | November 20, 2018 IST

ନୂଆଦିଲ୍ଲୀ ୨୦|୧୧:  ଆରବିଆଇ ବୋର୍ଡ ବୈଠକରେ ସରକାର ଓ ସର୍ବୋଚ୍ଚ ବ୍ୟାଙ୍କ ମଧ୍ୟରେ ରହିଥିବା ସବୁ ବିବାଦୀୟ ପ୍ରସଙ୍ଗର ସମାଧାନ ପାଇଁ ସହମତି ପ୍ରକାଶ ପାଇଛି। ଆର୍ଥିକ କ୍ଷେତ୍ରପାଇଁ ଅଧିକ ଅର୍ଥ ଏବଂ ଏମଏସଏମଇ ପାଇଁ ଅଧିକ ଋଣ ଦେବାକୁ ରାଜି ହୋଇଛନ୍ତି ସର୍ବୋଚ୍ଚ ବ୍ୟାଙ୍କ। ଆରବିଆଇ ଭଣ୍ଡାରରୁ ବଳକା ଅର୍ଥ ସରକାରଙ୍କୁ ଦେବା ଲାଗି ରାଜି ହେଲା । ଆର୍ଥିକ କ୍ଷେତ୍ରରେ ଋଣ ନିୟମରେ କୋହଳ କରିବା ସହ ଏମଏସଏମଇ ପାଇଁ ଅଧିକ ଋଣ ଦେବାକୁ ସରକାରଙ୍କ ସହ ସହମତ ହୋଇଛି ।  ଆରବିଆଇ ଏବଂ ସରକାରଙ୍କ ମଧ୍ୟରେ ମତପାର୍ଥକ୍ୟ ନେଇ ଜୋରଦାର ହୋହଲ୍ଲା ହୋଇଥିବା ବେଳେ ଆରବିଆଇର ଧାରା ୭ ଲାଗୁ କରିବା ଲାଗି ଧମକ ଦେଇଥିଲେ କେନ୍ଦ୍ର ସରକାର ।  ଯାହା ଅନୁଯାୟୀ ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ସର୍ବୋଚ୍ଚ ବ୍ୟାଙ୍କ ବାଧ୍ୟ । ବିବାଦ ଗୁମୁରି ଗୁମୁରି ରହିଥିବା ବେଳେ ବସିଥିଲା ଆରବିଆଇର ବୋର୍ଡ ବୈଠକ।  ଏଥିରେ ଅନେକ ବିବାଦୀୟ ପ୍ରସଙ୍ଗର ସମାଧାନ ପାଇଁ ସହମତି ପ୍ରକାଶ ପାଇଛି।  ଏଥର ବଳକା ଅର୍ଥକୁ ହସ୍ତାନ୍ତର କରିବାଲାଗି ସର୍ବୋଚ୍ଚ ବ୍ୟାଙ୍କ ଏକ କମିଟି ଗଠନ କରିବ । ଲଘୁ ଉଦ୍ୟୋଗରେ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପୁନର୍ବିନ୍ୟାସ ପାଇଁ ଆରବିଆଇ ପ୍ରସ୍ତାବ ଉପରେ ବିଚାର କରିବ କହିଛି । ଏଥିସହିତ  ଖୋଲାବଜାର କାରବାର ମାଧ୍ୟମରେ ନଭେମ୍ବର ୨୨ସୁଦ୍ଧା ୮ ହଜାର କୋଟି ଟଙ୍କା ଛାଡିବାକୁ ଆରବିଆଇ ରାଜି ହୋଇଛି। ବୈଠକରେ ଇକୋନୋମିକ୍ କ୍ୟାପିଟାଲ ଫ୍ରେମୱାର୍କ ଇସିଏଫ ନେଇ ଆଲୋଚନା ହୋଇଛି। ଏଥିପାଇଁ ଏକ କମିଟି ଗଠନ କରାଯିବ। ଏହି କମିଟିର ସଦସ୍ୟ, ସରକାର ଏବଂ ଆରବିଆଇ ମିଳିତଭାବେ ଆର୍ଥିକ ବ୍ୟାପାର ସମ୍ପର୍କରେ ନିଷ୍ପତ୍ତି ବୋଲି  ସ୍ଥିର ହୋଇଛି । ଆରବିଆଇର ଫାଇନାନସିଆଲ ସୁପରଭିଜନ ବୋର୍ଡ ପ୍ରମ୍ପଟ ଆକ୍ସନ ପିସିଏ ଫ୍ରେମୱାର୍କ ଏହାର ତଦାରଖ କରିବ । ଆରବିଆଇ ବଳକା ଅର୍ଥକୁ ସରକାରଙ୍କୁ ଦେବାକୁ ରାଜି ହେବାପରେ ମୋଦି ସରକାରଙ୍କ ବଜେଟ ଲକ୍ଷ୍ୟ ହାସଲ କରିବାର ବାଟ ସଫା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.