୨୦୦୦ ଟଙ୍କିଆ ନୋଟ୍କୁ ନେଇ ଆରବିଆଇ ଗଭର୍ଣ୍ଣରଙ୍କ ବଡ଼ ବୟାନ, କହିଲେ- ଅର୍ଥନୀତି ଉପରେ ପଡ଼ିବ…
26/06/2023 at 5:14 PM

ନୂଆଦିଲ୍ଲୀ, ୨୬/୦୬: ଗତ ମେ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବଜାରରୁ ୨୦୦୦ ଟଙ୍କା ନୋଟ୍କୁ ପ୍ରତ୍ୟାହାର ନେଇ ଘୋଷଣା କରିଥିଲା। ଲୋକଙ୍କୁ ନିକଟସ୍ଥ ବ୍ୟାଙ୍କ୍କୁ ଯାଇ ପାଖରେ ଥିବା ୨୦୦୦ ଟଙ୍କା ଜମା କରିବା କିମ୍ବା ବଦଳାଇବାକୁ କୁହାଯାଇଥିଲା। ଦେଶରେ ଏହାକୁ ବିମୁଦ୍ରୀକରଣର ଦ୍ବିତୀୟ ଭାଗ ବୋଲି ମଧ୍ୟ କୁହାଯାଇଥିଲା। ତେବେ ନିକଟରେ ଏକ ରିପୋର୍ଟରେ, ବଜାରରୁ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ଫଳରେ ଅର୍ଥନୀତି ଉପରେ ପ୍ରଭାବ ପଡ଼ିବା ନେଇ କୁହାଯାଇଥିଲା। ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତି ଦାସ।
ସୋମବାର ଏକ ସାକ୍ଷାତକାରରେ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ‘‘ଏବେ ଯେଉଁ ୨୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର କରାଯାଉଛି ତାହା ଦ୍ବାରା ଅର୍ଥବ୍ୟବସ୍ଥା ଉପରେ କୌଣସି ଖରାପ ପ୍ରଭାବ ପଡ଼ିବନାହିଁ।’’ ଏହା ପୂର୍ବରୁ ଗତ ସପ୍ତାହରେ ଗଭର୍ଣ୍ଣର କହିଥିଲେ ଯେ, ‘‘ଏପର୍ଯ୍ୟନ୍ତ ୩.୬୨ ଲକ୍ଷ କୋଟି ଟଙ୍କାର ସମୁଦାୟ ୨୦୦୦ ଟଙ୍କା ନୋଟ୍ର ଦୁଇ-ତୃତୀୟାଂଶରୁ ଅଧିକ ଅର୍ଥାତ୍ ୨.୪୧ ଲକ୍ଷ କୋଟି ଟଙ୍କା ବ୍ୟାଙ୍କକୁ ଫେରିଛି।’’
ଆହୁରି ପଢ଼ନ୍ତୁ: ଖୁଚୁରା ମୁଦ୍ରାସ୍ଫୀତି ୪%କୁ ଆଣିବା ପାଇଁ ପ୍ରୟାସ ଜାରି: ଶକ୍ତିକାନ୍ତ ଦାସ
ସୂଚନାଥାଉକି, ରିଜର୍ଭ ବ୍ୟାଙ୍କ୍ ମେ ୧୯ରେ ଆରବିଆଇର କ୍ଲିନ୍ ନୋଟ୍ ପଲିସି ଅନୁଯାୟୀ ବଜାରରୁ ୨୦୦୦ ଟଙ୍କା ପ୍ରତ୍ୟାହାର ନେଇ ଘୋଷଣା କରିଥିଲା। ସେପ୍ଟେମ୍ବର ୩୦ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ୍ ଫେରାଇବାକୁ ଶେଷ ତାରିଖ ରହିଛି।
ଉଲ୍ଲେଖଯୋଗ୍ୟ, ୨୦୧୮-୧୯ରୁ ହିଁ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କା ନୋଟ୍ ଛାପିବା ବନ୍ଦ କରିଥିଲା। ସୂଚନାଥାଉକି ରିଜର୍ଭ ବ୍ୟାଙ୍କ୍ ନଭେମ୍ବର ୨୦୧୬ରେ ବଜାରରେ ଥିବା ପୁରୁଣା ୫୦୦ ଟଙ୍କିଆ ଏବଂ ୧୦୦୦ ଟଙ୍କିଆକୁ ବନ୍ଦ କରିଥିଲା ଏବଂ ନୂଆ ୨୦୦୦ ଟଙ୍କିଆ ପ୍ରଚଳନ କରିଥିଲା।
ଆହୁରି ପଢ଼ନ୍ତୁ: RBIର ବଡ଼ ନିଷ୍ପତ୍ତି; ବଜାରରୁ ପ୍ରତ୍ୟାହାର ହେବ ୨ ହଜାର ଟଙ୍କିଆ ନୋଟ୍