ଡିସେମ୍ବର ବଦଳେ ନଭେମ୍ବରରେ ଜରୁରୀ MPC ବୈଠକ ଡାକିଲେ RBI, ମୁଦ୍ରାନୀତିରେ ହୋଇପାରେ ବଡ଼ ପରିବର୍ତ୍ତନ

Published By : Prameya-News7 Bureau | October 27, 2022 IST

ମୁମ୍ବାଇ ୨୭।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନଭେମ୍ବର ୩ ତାରିଖରେ ମୌଦ୍ରିକ ନୀତି କମିଟି (ଏମପିସି)ଙ୍କ ଏମର୍ଜେନ୍ସୀ ବୈଠକ ଆହ୍ୱାନ କରିଛନ୍ତି। ଏମପିସିଙ୍କ ନିୟମିତ ବୈଠକ ୫ରୁ ୭ ଡିସେମ୍ବରରେ ହେବା କଥା। ତେବେ ତାର ଯଥେଷ୍ଟ ପୂର୍ବରୁ ଆରବିଆଇ ଏମପିସି ବୈଠକ ଅହ୍ୱାନ କରିବା ବଡ଼ଧରଣର ପରିବର୍ତ୍ତନ ସଂକେତ ଦେଉଛି। ମନେ କରାଯାଉଛି ଆରବିଆଇଙ୍କ ଏହି ବୈଠକରେ ଖୁଚୁରା ମୁଦ୍ରାସ୍ପିତି ୬ ପ୍ରତିଶତରୁ ଉପରେ ରହିବା ଯୋଗୁ ସରକାରଙ୍କୁ ଦେବାକୁ ଥିବା ଜବାବ ନେଇ ଆଲୋଚନା ହୋଇପାରେ।

{"id":701213,"width":839,"height":558,"sizeSlug":"full","linkDestination":"none"}

ଆରବିଆଇଙ୍କ ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ୧୯୩୪ର ଧାରା ୪୫ ଜେଡଏନ୍‌ରେ ଥିବା ପ୍ରାବଧାନ ଅନୁସାରେ ଏମପିସିର ଏହି ବିଶେଷ ବୈଠକ ୩ ନଭେମ୍ବରକୁ ଡକା ଯାଇଛି। ପୂର୍ବ ଏମପିସି ବୈଠକ ୨୮ରୁ ୩୦ ସେପ୍ଟେମ୍ବର ୨୦୨୨ରେ ଅନୁଷ୍ଠିତ ହୋଇଥିଲା। ସେହି ଅନୁସାରେ ପରବର୍ତ୍ତି ବୈଠକ ୫ରୁ ୭ ଡିସେମ୍ବରରେ ହେବା କଥା। ତେବେ ଜରୁରୀ ଆହ୍ୱାନ କରାଯାଇଥିବାରୁ ମାସକ ପୂର୍ବରୁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ।

{"id":701214,"width":838,"height":441,"sizeSlug":"full","linkDestination":"none"}

୩୦ ସେପ୍ଟେମ୍ବରରେ ଶେଷ ହୋଇଥିବା ମୌଦ୍ରିକ ନୀତି କମିଟି ବୈଠକରେ ନୀତିଗତ ରେପୋ ହାର ୫୦ ଆଧାର ଅଙ୍କ (ବିପିଏସ୍) ପର୍ଯ୍ୟନ୍ତ ବଢ଼ା ଯାଇଥିଲା। ଫଳରେ ରେପୋ ହାର ୫.୯ ପ୍ରତିଶତ ହୋଇଯାଇଥିଲା। ଫଳରେ ସବୁ ପ୍ରକାର ଋଣ ମହଙ୍ଗା ହୋଇଯାଇଥିଲା। ତେବେ ଅନୁଷ୍ଠିତ ହେବାକୁ ଯାଉଥିବା ଜରୁରୀ ବୈଠକରେ ମୂଦ୍ରାସ୍ପିତିକୁ କାବୁ କରିବା ପାଇଁ ଆରବିଆଇ କଡ଼ା ନୀତି ଆପଣେଇ ପାରନ୍ତି। ଫଳରେ ପୁଣି ଥରେ ଋଣ ସୁଧହାର ବୃଦ୍ଧି ହେବାର ଆଶଙ୍କା କରାଯାଉଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.