ଆରବିଆଇ କିଣିଲା ବିଦେଶୀ ମୁଦ୍ରା, ଗତ ସପ୍ତାହରେ ୮ ମିଲିୟନ ଆରବ ଡଲାର କ୍ରୟ, ବଫର ଜୋନ ମଜବୁତ ଲାଗି ପ୍ରୟାସ

Published By : Prameya-News7 Bureau | December 10, 2022 IST

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା କିଣିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଡିସେମ୍ବର ୨ତାରିଖ ପରେ ପ୍ରାୟ ୮ ମିଲିୟନ ଆରବ ଡଲାର ମୁଦ୍ରା କିଣିଛି । ଯାହା ପୂର୍ବ ସପ୍ତାହରେ ସବୁ ବଡ଼ ବ୍ୟବସାୟ ବୋଲି କୁହାଯାଇଛି । କେନ୍ଦ୍ରୀୟ ବ୍ୟାଙ୍କ ବିଦେଶୀ ମୁଦ୍ରା କିଣି ମୁଦ୍ରା ଭଣ୍ଡାର ବଫରକୁ ମଜବୁତ କରିଛି । ସେହିପରି ମାର୍କେଟ୍ ମୁଦ୍ରା ସ୍ଥିତିରେ ସୁଧାର ଆଣିବା ପାଇଁ ୬୭ ହଜାର କୋଟି ଟଙ୍କା ଜାରି କରିଛି ।  

ସୂଚନା ଅନୁଯାୟୀ, ସଞ୍ଚୟ ନଗଦ ବିକଳ୍ପ ଭଣ୍ଡାରକୁ ବିଦେଶୀ ମୁଦ୍ରା ଓ ବଣ୍ଡ୍ ମାଧ୍ୟମରେ ରୂପାନ୍ତର କରିବା ପାଇଁ ବ୍ୟବସ୍ଥା ହୋଇଛି । ଏହାକୁ ସୁନିଶ୍ଚିତ କରିବାକୁ ଆରବିଆଇ ସମନ୍ତରଳ ଭାବେ ୮ମିଲିୟନ ଡଲାର ବିଦେଶୀ ମୁଦ୍ରା କ୍ରୟ କରିଛି । ଯାହା ପୂର୍ଣ୍ଣ ମୂଲ୍ୟାଙ୍କନ କରିବାରେ ସହାୟକ ହେବ ।

ବାର୍କଲେସ୍ କ୍ୟାପିଟାଲର ମୁଖ୍ୟ ତଥା ଅର୍ଥନୀତିଜ୍ଞ ରାହୁଲ ବଜରିଆ କହିଛନ୍ତି, ମୁଦ୍ରା ବଜାରକୁ ବାଧା ନଦେଇ ଆରବିଆଇ କ୍ରମାଗତ ଭାବେ ଏହାର ସଂରକ୍ଷଣ କରିବା ଆବଶ୍ୟକ । ରିଜର୍ଭ ବ୍ୟାଙ୍କ ବହୁ ପରିମାଣର ଲିକ୍ୟୁଡିଟି ଚାହୁଁଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଯଦିଓ ଏହା ୨୦୨୧-୨୨ ଆର୍ଥିକ ବର୍ଷ  ତୁଳନାରେ ଅଧିକ, ତଥାପି ଏହା ପରିଚାଳନା କାର୍ଯ୍ୟକ୍ଷମତା ପାରାମିଟର ମଧ୍ୟରେ ରହିଛି ବୋଲି ରାହୁଲ ବଜରିଆ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.