RBIର ବଡ ନିଷ୍ପତି, ଏଣିକି ବ୍ୟାଙ୍କ୍ ଖାତାରୁ ମାତ୍ର ଉଠାଇ ହେବ ୫୦୦୦ ଟଙ୍କା ! ବିଜ୍ଞପ୍ତି ଜାରି…
26/02/2023 at 3:40 PM

ନୂଆଦିଲ୍ଲୀ ୨୬।୦୨ : ବ୍ୟାଙ୍କ ଗୁଡିକ ପାଇଁ ବଡ ନିଷ୍ପତି ନେଇଛନ୍ତି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ଯଦି ଆପଣଙ୍କର ବି ବ୍ୟାଙ୍କରେ ଆକାଉଣ୍ଟ ରହିଛି, ତେବେ ଆପଣ ୫୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ । ଏନେଇ ଆରବିଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବ୍ୟାଙ୍କଗୁଡିକର ସ୍ଥିତିକୁ ଦୃଷ୍ଟିରେ ରଖି ଆରବିଆଇ ଅନେକ ସମୟରେ ନିଷ୍ପତ୍ତି ନେଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କରେ ଏବଂ କାହିଁକି ଏହି ନିୟମ ଲାଗୁ କରିଛି ଆରବିଆଇ ?
କେତେକ ସମବାୟ ବ୍ୟାଙ୍କଗୁଡିକର ଆର୍ଥିକ ଅବସ୍ଥା ଖରାପ ହେବାରୁ ଏହାକୁ ଦୃଷ୍ଟିରେ ଏଭଳି ଲାଗୁ ହୋଇଛି ନିୟମ । କେବଳ ୫ଟି ବ୍ୟାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁଥିରୁ ୨ଟି ବ୍ୟାଙ୍କର ଗ୍ରାହକ କେବଳ ସେମାନଙ୍କ ଆକାଉଣ୍ଟରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ । ତେବେ ଏହି ନିୟମ ଆସନ୍ତା ୬ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କ ଉପରେ ଲାଗିଛି ପ୍ରତିବନ୍ଧକ । ଉର୍ବକୋଣ୍ଡା ସହକାରୀ ମ୍ୟୁନିସିପାଲିଟି ବ୍ୟାଙ୍କ, ଉର୍ବକୋଣ୍ଡା (ଅନନ୍ତପୁର ଜିଲ୍ଲା, ଆନ୍ଧ୍ରପ୍ରଦେଶ) ଏବଂ ଶଙ୍କରରାଓ ମୋହିତା ପାଟିଲ ସହକାରୀ ବ୍ୟାଙ୍କ, ଅକଲୁଜ (ମହାରାଷ୍ଟ୍ର) ବ୍ୟାଙ୍କ ଉପରେ ଆରବିଆଇ ଲଗାଇଛି ପ୍ରତିବନ୍ଧକ ।
ଏହା ବ୍ୟତୀତ, ଏହି ବ୍ୟାଙ୍କଗୁଡିକ କୌଣସି ପ୍ରକାରର ଋଣ କିମ୍ବା ଅଗ୍ରୀମ ନବୀକରଣ କରିବାକୁ ସମର୍ଥ ହେବେ ନାହିଁ । ବ୍ୟାଙ୍କ ମଧ୍ୟ କୌଣସି ପ୍ରକାର ବିନିଯୋଗ କରିବାରେ ସକ୍ଷମ ହେବ ନାହିଁ । ଏଥିସହ ଉଭୟ ବ୍ୟାଙ୍କ କୌଣସି ଚୁକ୍ତିନାମା କରିବାକୁ କିମ୍ବା ସେମାନଙ୍କ ସମ୍ପତ୍ତି ବିକ୍ରୟ କିମ୍ବା ସ୍ଥାନାନ୍ତର କରିବାକୁ ସମର୍ଥ ହେବେ ନାହିଁ।
ଆରବିଆଇ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବ୍ୟାଙ୍କଗୁଡିକ ଆର୍ଥିକ ସ୍ଥିତି ସୁଧାରିବା ପର୍ଯ୍ୟନ୍ତ ପ୍ରତିବନ୍ଧକ ସହିତ ବ୍ୟାଙ୍କିଙ୍ଗ ବ୍ୟବସାୟ ଜାରି ରଖିବେ । ଆରବିଆଇ କହିଛି ଯେ ୫ଟି ସମବାୟ ବ୍ୟାଙ୍କର ଯୋଗ୍ୟ ଜମାକାରୀମାନେ ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଠାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ବୀମା ଦାବି ରାଶି ପାଇବାକୁ ହକଦାର ହେବେ।