scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆରବିଆଇର ବଡ଼ ଘୋଷଣା, ଡିସେମ୍ୱର ୧ରେ ଲଞ୍ଚ ହେବ ଭାରତର ଖୁଚୁରା ଡିଜିଟାଲ ଟଙ୍କା

29/11/2022 at 4:37 PM

ନୂଆଦିଲ୍ଲୀ:  ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଡିଜିଟାଲ ମୁଦ୍ରା- ଡିଜିଟାଲ ଟଙ୍କା କୁ ନେଇ ବଡ଼ ଘୋଷଣା କରିଛନ୍ତି । ଆରବିଆଇ କହିଛି ଯେ, ଡିସେମ୍ୱର ୧ରେ ଖୁଚୁରା ଡିଜିଟାଲ ଟଙ୍କା (e₹-R) ପାଇଁ ପ୍ରଥମ ବ୍ୟାଚ୍ ଲଞ୍ଚ କରିବ । e₹-R ଏକ ଡଜିଟାଲ ଟୋକନ ରୂପରେ ଲଞ୍ଚ ହେବ । ଏହା ଲିଗଲ ଟେଣ୍ଡରକୁ ମଧ୍ୟ ପ୍ରତିନିଧିତ୍ୱ କରିବ । ଆରବିଆଇ ଏହା ମଧ୍ୟ କହିଛି ଯେ, ବର୍ତ୍ତମାନରେ ପ୍ରଚଳନରେ ଥିବା କାଗଜ ଏବଂ କଏନର ମୂଲ୍ୟବର୍ଗରେ ହିଁ ଡିଜିଟାଲ ଟଙ୍କା ଜାରି କରାଯିବ।   

ଇ ଡିଜିଟାଲ ଟଙ୍କାର ପାଇଲଟ ପ୍ରୋଜେକ୍ଟରେ ଭାଗ ନେବାକୁ ଥିବା ଗ୍ରାହକ ଏବଂ ବ୍ୟବସାୟୀଙ୍କ କ୍ଲୋଜଡ ୟୁଜର ଗ୍ରୁପରେ ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ଉପଲବ୍ଧ ହେବ । ଇ ଡିଜିଟାଲ ଟଙ୍କା ଏକ ଟୋକନ ରୂପରେ ଲିଗଲ ଟେଣ୍ଡର ହେବ । ବ୍ୟାଙ୍କ ମାଧ୍ୟମରେ ହିଁ ଏହାକୁ ବିସ୍ତାରିତ କରାଯିବ । ଏହାର ଗ୍ରାହକ ବ୍ୟାଙ୍କ ପକ୍ଷରୁ ଉପଲବ୍ଧ କରାଯାଇଥିବା ଆପ ଜରିଆରେ କାଣିପାରିବେ ଏବଂ ନିଜ ମୋବାଇଲ ଫୋନରେ ସୁରକ୍ଷିତ ରଖିପାରିବେ । ଏଥିରେ ବ୍ୟକ୍ତଙ୍କ ଠାରୁ ବ୍ୟକ୍ତି ଏବଂ ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀଙ୍କ ମଧ୍ୟରେ ନେଣଦେଣ ହୋଇପାରିବ । ଦୋକାନରେ ଥିବା କ୍ୟୁଆର କୋଡ ମାଧ୍ୟମରେ ବ୍ୟବସାୟୀଙ୍କୁ ଟଙ୍କା ପୈଠ କରିପାରିବେ।  

   Related Posts