ମୁମ୍ବାଇ: ବୈଦେଶିକ ମୁଦ୍ରା ବଜାରର ତରଳତା ବୃଦ୍ଧି ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣଯୋଗୁ ଉପୁଜିଥିବା ପରିସ୍ଥିତି ବଜାର ପ୍ରଭାବିତ ହୋଇଛି । ଏହା ସତ୍ତ୍ୱେ ଆମେରିକୀୟ ମୁଦ୍ରାରେ ୨ ବଲିୟନ ଡଲାର ଅଭିବୃଦ୍ଧି ପରିପ୍ରେକ୍ଷୀରେ ଆରବିଆଇ ଏହି ନିଷ୍ପତ୍ତିନେଇଥିବା ବେଳେ ମାର୍ଚ୍ଚ ୧୬ତାରିଖ ସୋମବାର ପ୍ରଥମ କିଣାବିକା ହେବ ବୋଲି ଜଣାପଡିଛି।
{"id":237514,"width":577,"height":360,"sizeSlug":"large"}କେନ୍ଦ୍ରୀୟ ବ୍ୟାଙ୍କ ଏକ ବିବୃତ୍ତିରେ ବର୍ତ୍ତମାନର ବଜାର ପରିସ୍ଥିତିକୁ ବିଚାରକୁ ନେଇ ଏହି ଘୋଷଣା କରିଛନ୍ତି। ଆମେରିକୀୟ ଡଲାର ଲାଗି ବୈଦେଶିକ ମୁଦ୍ରା ବିନିମୟ ବଜାରକୁ ତରଳ ରଖିବା ନିମନ୍ତେ ୬ ମାସ ପର୍ଯ୍ୟନ୍ତ ଡଲାରର ବିନିମୟ କରିବେ। ଏହି ବିନିମୟ ନିଲାମ ମାଧ୍ୟମରେ କରାଯିବ ଓ ଏହା ବିଭିନ୍ନ ମୂଲ୍ୟରେ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆରବିଆଇ ୨ ବିଲିୟନ ଡଲାରରୁ ବିନିମୟ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।
{"id":237515,"sizeSlug":"large"}ଏଥିରେ ବ୍ୟାଙ୍କମାନେ ଆରବିଆଇଙ୍କ ଠାରୁ ଆମେରିକୀୟ ଡଲାର କ୍ରୟ କରିବେ ଓ ତାକୁ ବିନିମୟର ନିର୍ଦ୍ଧାରିତ ସମୟରେ ବିକ୍ରୟ କରିବେ। ସିଓଭିଆଡି-୧୯ ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱର ଆର୍ଥିକ ବଜାର ଏବେ ଚାପ ଗ୍ରସ୍ତ ରହିଛି। ଏଥିରେ ପ୍ରଗତିଶୀଳ ଅର୍ଥନୀତିଙ୍କୁ କ୍ରୁଡ ମୂଲ୍ୟ ହ୍ରାସ ଓ ଅଗ୍ରୀମ ବଣ୍ଡ ବିକ୍ରୟ ଅଧିକ ଚାପଗ୍ରସ୍ତକରିଛି। ସୁଗମ ଅର୍ଥନୀତିଲାଗି ଏବେ ପରିସମ୍ପତ୍ତି ଶ୍ରେଣୀରେ ଉପୁଜିଥିବା ଅସ୍ଥିରତା ମୁଦ୍ରାର ମୂଲ୍ୟ ହ୍ରାସ କରୁଛି। ଏଣୁ ସାରା ବିଶ୍ୱରେ ଏବେ ଆମେରିକୀୟ ମୁଦ୍ରାର ତରଳତା ବୃଦ୍ଧି ହୋଇଥିବା କହିଛନ୍ତି ଆରବିଆଇ।
{"id":237516,"width":582,"height":305,"sizeSlug":"large"}ବିଶ୍ୱ ଅର୍ଥନୀତିକୁ କରୋନା ସଂକ୍ରମଣ ଆଶଙ୍କାରେ ବୈଦେଶିକ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ଏବେ ସୁଦ୍ଧା ୨୧ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି। ତେବେ ଗତ ମାର୍ଚ୍ଚ ୬ ତାରିଖସୁଦ୍ଧା ବୈଦେଶିକ ମୁଦ୍ରା ଭଣ୍ଡାରରେ ସଂରକ୍ଷିତ ୪୮୭.୨୪ ବିଲିୟନ ଡଲାର ଉପୁଜିଥିବା ପରିସ୍ଥିତର ମୁକାବିଲାରେ ବେଶ ସହାୟକ ହୋଇଥିବା ଆରବିଆଇ କହିଛନ୍ତି।