RBIର ବଡ଼ ସୂଚନା, ଭୁବନେଶ୍ୱରରେ ଲଞ୍ଚ୍‌ ହେବ ଡିଜିଟାଲ୍‌ ମୁଦ୍ରା

Published By : Prameya-News7 Bureau | November 29, 2022 IST

ଭୁବନେଶ୍ୱର, ୨୯/୧୧: ପ୍ରଥମ କରି ଭୁବନେଶ୍ୱରରେ ଲଞ୍ଚ୍‌ ହେବ ଡିଜିଟାଲ୍‌ ମୁଦ୍ରା । ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଏହାକୁ ୪ ସହରରେ ଲଞ୍ଚ୍‌ କରିବାକୁ ଯାଉଛି । ଦିଲ୍ଲୀ, ମୁମ୍ୱାଇ, ବେଙ୍ଗାଲୁରୁ ଏବଂ ଭୁବନେଶ୍ୱରରେ ଏହାକୁ ପ୍ରଥମେ ରିଟେଲ୍‌ ଲଞ୍ଚ କରାଯିବ । e₹-Rରେ ସାମିଲ୍‌ ଥିବା ବ୍ୟାଙ୍କ୍‌ ଜରିଆରେ ଏହି କାରବାର ହେବ । ଗ୍ରାହକ ଏବଂ ଉଦ୍ୟୋଗୀ ଏହାର ଲାଭ ଉଠାଇ ପାରିବେ । ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୱାଲେଟ୍‌ରେ ଏହି ଟଙ୍କା ଉପଲବ୍ଧ ହେବ । ମୋବାଇଲ୍‌ ଡିଭାଇସ୍‌ରେ ଏହି ୱାଲେଟ୍‌ ରହିବ ।

ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଡିଜିଟାଲ ମୁଦ୍ରା- ଡିଜିଟାଲ ଟଙ୍କାକୁ ନେଇ ବଡ଼ ଘୋଷଣା କରିଥିଲେ । ଆରବିଆଇ ପକ୍ଷରୁ ଡିସେମ୍ୱର ୧ରେ ଖୁଚୁରା ଡିଜିଟାଲ ଟଙ୍କା (e₹-R) ପାଇଁ ପ୍ରଥମ ବ୍ୟାଚ୍ ଲଞ୍ଚ କରାଯିବା ନେଇ କୁହାଯାଇଥିଲା । e₹-R ଏକ ଡିଜିଟାଲ ଟୋକନ ରୂପରେ ଲଞ୍ଚ ହେବ । ଏହା ଲିଗାଲ ଟେଣ୍ଡରକୁ ମଧ୍ୟ ପ୍ରତିନିଧିତ୍ୱ କରିବ । ଆରବିଆଇ ଏହା ମଧ୍ୟ କହିଥିଲା ଯେ, ବର୍ତ୍ତମାନରେ ପ୍ରଚଳନରେ ଥିବା କାଗଜ ଏବଂ କଏନର ମୂଲ୍ୟବର୍ଗରେ ହିଁ ଡିଜିଟାଲ ଟଙ୍କା ଜାରି କରାଯିବ।   

ଇ ଡିଜିଟାଲ ଟଙ୍କାର ପାଇଲଟ ପ୍ରୋଜେକ୍ଟରେ ଭାଗ ନେବାକୁ ଥିବା ଗ୍ରାହକ ଏବଂ ବ୍ୟବସାୟୀଙ୍କ କ୍ଲୋଜଡ ୟୁଜର ଗ୍ରୁପରେ ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ଉପଲବ୍ଧ ହେବ । ଇ ଡିଜିଟାଲ ଟଙ୍କା ଏକ ଟୋକନ ରୂପରେ ଲିଗାଲ ଟେଣ୍ଡର ହେବ । ବ୍ୟାଙ୍କ ମାଧ୍ୟମରେ ହିଁ ଏହାକୁ ବିସ୍ତାରିତ କରାଯିବ । ଏହାର ଗ୍ରାହକ ବ୍ୟାଙ୍କ ପକ୍ଷରୁ ଉପଲବ୍ଧ କରାଯାଇଥିବା ଆପ ଜରିଆରେ କିଣିପାରିବେ ଏବଂ ନିଜ ମୋବାଇଲ ଫୋନରେ ସୁରକ୍ଷିତ ରଖିପାରିବେ । ଏଥିରେ ଗ୍ରାହକଙ୍କଠୁ ଗ୍ରାହକ ଏନଂ ବ୍ୟବସାୟଙ୍କଠୁ ବ୍ୟବସାୟୀ ମଧ୍ୟରେ ନେଣଦେଣ ହୋଇପାରିବ । ଦୋକାନରେ ଥିବା କ୍ୟୁଆର କୋଡ ମାଧ୍ୟମରେ ବ୍ୟବସାୟୀଙ୍କୁ ଟଙ୍କା ପୈଠ କରିପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.