Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

RBIଙ୍କ ବଡ଼ ଘୋଷଣା, ସବୁ ବ୍ୟାଙ୍କ ଜାରି କରିପାରିବେ RuPay ପ୍ରିପେଡ ଫୋରେକ୍ସ କାର୍ଡ

8/06/2023 at 2:31 PM

ମୁମ୍ବାଇ ୮।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର ରୂପୈ କାର୍ଡକୁ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।
ଆରବିଆଇ ସବୁ ବ୍ୟାଙ୍କକୁ ରୂପୈ ପ୍ରିପେଡ୍ ଫୋରେକ୍ସ କାର୍ଡ ଜାରି କରିବାକୁ ଅନୁମତି ଦେଇଛନ୍ତି। ଏହା ସହିତ ଆରବିଆଇ ଇ-ରୂପୟା ଭାଉଚରର ପରିସର  ବୃଦ୍ଧି ଲାଗି ମଧ୍ୟ ଘୋଷଣା କରିଛନ୍ତି। ତେବେ ଏ ବାବଦେ ଆରବିଆଇ କିଛି ଦିନ ପରେ ନିୟମ ଜାରି କରିବେ। ଆରବିଆଇଙ୍କ ଏହି ପଦକ୍ଷେପ ରୂପୈ କାର୍ଡକୁ ଗ୍ଲୋବାଲ ମାର୍କେଟରେ ଆଦୃତି ଦେବ।

ଦିଲ୍ଲୀରେ ଆଉ ରାତି ନାହିଁ!  ୨୪ଘଣ୍ଟା ଖୋଲା ରହିବ ଏହି ସବୁ ଦୋକାନ ଓ ବଜାର, ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ

ଏହା ଛଡା ରୂପେ ଡେବିଟ, କ୍ରେଡିଟ ଓ ପ୍ରିପେଡ କାର୍ଡକୁ ବିଦେଶରେ ଜାରି କରିବା ଓ ଭାରତ ସମେତ ବିଶ୍ୱସ୍ତରରେ ଉପଯୋଗ ଲାଗି ଅନୁମତି ରହିବ। ଆରବିଆଇଙ୍କ ଏହି ଘୋଷଣା ପରେ ବିଶ୍ୱସ୍ତରରେ ରୂପୈ କାର୍ଡର ପହଞ୍ଚ ବଢିଯିବ। ଆରବିଆଇ ଗଭର୍ଣ୍ଣର ୮ ଜୁନ ୨୦୨୩ ମୁଦ୍ରାନୀତି ସମୀକ୍ଷା କାଳରେ ଏହି ଘୋଷଣା କରିଛନ୍ତି।

କେଉଁମାନଙ୍କୁ ହେବ ଲାଭ
ଫୋରେକ୍ସ ରୂପୈ କାର୍ଡ ଏକ ପ୍ରକାରର ପ୍ରିପେଡ କାର୍ଡ। ଏହି କାର୍ଡ ସେହି ଲୋକଙ୍କ କାମରେ ଆସିବ ଯେଉଁମାନେ ପ୍ରାୟତଃ ବିଦେଶ ଯାତ୍ରାରେ ଯାଉଛନ୍ତି। ବ୍ୟବସାୟୀ, ବିଦେଶରେ ପଢୁଥିବା ଛାତ୍ର ଓ ଅଲଗା ଅଲଗା ଦେଶକୁ ଯାତ୍ରା କରୁଥିବା ଲୋକଙ୍କ ଲାଗି ଏହି କାର୍ଡ ବିଶେଷ କାମରେ ଆସିବ। ସହଜ ଶବ୍ଦରେ କହିବାକୁ ଗଲେ ବିଦେଶ ଗଲେ ରୂପୈ କାର୍ଡ ବ୍ୟବହାର କରିପାରିବେ। ଏବେ ଆପଣ ଘରୋଇ କାର୍ଡ ଯୋଗେ କୌଣସି ଦେଶରେ ବେଶ୍ ସହଜରେ ଦେୟ ପୈଠ କରିପାରିବେ।

ସରକାରଙ୍କ ସର୍ତ୍ତରେ ନଇଁଲା ‘ଟେସଲା’, ଭାରତରେ ସ୍ଥାପନ କରିବ ମ୍ୟାନୁଫେକ୍ଚରିଂ ୟୁନିଟି, ଆସେମ୍ବଲ ହେବ ଗାଡ଼ି

ଆରବିଆଇଙ୍କ ନବୀନତମ ବାର୍ଷିକ ରିପୋର୍ଟ ପେମେଣ୍ଟ ଭିଜନ ଡକ୍ୟୁମେଣ୍ଟ ୨୦୨୫ ଅନୁସାରେ ରୂପୈ କାର୍ଡର ବୈଶ୍ୱିକ ପହୁଞ୍ଚ ଲାଗି ଭୁଟାନ, ସିଙ୍ଗାପୁର, ନେପାଲ ଓ ୟୁଏଇ ସହ ରୂପୈ କାର୍ଡ ସ୍ୱୀକାର ଲାଗି ବ୍ୟବସ୍ଥା କରାଯାଇଛି। ଅନ୍ୟ ଦେଶରେ ମଧ୍ୟ ରୂପୈ କାର୍ଡ ଜାରି କରିବା ପାଇଁ ପ୍ରସ୍ତୁତି ଚାଲିଛି।

   Related Posts