Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ରେଜ୍ ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ: ସମ୍ବର୍ଦ୍ଧିତ ହେଲେ ୩୦ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଏବଂ ଅନୁଷ୍ଠାନ

26/06/2022 at 10:00 PM

କଟକ: କଟକର ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ସାମାଜିକ ସଂଗଠନ ରେଜ୍‌ ଫାଉଣ୍ଡେସନ୍‌ର ପ୍ରଥମ ଫାଉଣ୍ଡେସନ ଡେ (ବାର୍ଷିକ ଉତ୍ସବ) ସହିଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅନନ୍ୟ ଓ ନିଆରା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଭୁବନେଶ୍ୱର-କଟକର କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଆକାଶ-ବାଇଜୁର ନିର୍ଦ୍ଦେଶକ ଡ. ଅଜୟ ବାହଦୂର ସିଂହ । ମୂଖ୍ୟବକ୍ତା ଭାବେ ଯୋଗଦେଇଥିଲେ ବିଶିଷ୍ଟ ଜଗନ୍ନାଥ ସଂସ୍ମୃତି ଗବେଶକ ପଣ୍ଡିତ୍ ମାତୃପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଓଡ଼ିଆ ସାହିତ୍ୟ ଏକାଡେମୀର ସଂପାଦକ ପ୍ରବୋଧ କୁମାର ରାଉତ ଏବଂ ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ।

ରେଜ୍ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ତଥା ଓଡ଼ିଶାର ବିଶିଷ୍ଟ ଯୁବ ଶିଳ୍ପୋଦ୍ୟୋଗୀ ଶ୍ରୀମତୀ ରଶ୍ମି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟକରେ ବାର୍ଷିକ ବିବରଣୀ ପାଠ କରିଥିଲେ ଅନୁଷ୍ଠାନର ସଂପାଦକ ଅଭିନାଶ ସିଂହ । ରଶ୍ମି ସାହୁ ଏବଂ ତାଙ୍କର ସାଥୀମାନେ ସମାଜରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ହାତକୁ ନେଇ ବେଶ୍ ବଡ଼ ଉଦାହରଣ ସୃଷ୍ଟି କରିପାରିଥିବା କହିଥିଲେ କମିଶନର ପ୍ରିୟଦର୍ଶୀ। ଅନ୍ୟଙ୍କ ପାଇଁ ବଞ୍ଚିବା ଜୀବନରେ ପୂର୍ଣ୍ଣତା ଆଣିଦିଏ ପ୍ରକାଶ କରିଥିଲେ ମୂଖ୍ୟ ଅତିଥି ଡ. ସିଂହ ।

ସମାଜର ଶ୍ରେଷ୍ଠ ପ୍ରାଣୀଭାବେ ଆମେ ବଞ୍ଚିବା ସହ ଅନ୍ୟକୁ ବଞ୍ଚାଇବାର ପ୍ରୟାସ ବାସ୍ତବରେ ସ୍ୱାଗତଯୋଗ୍ୟ  ପ୍ରକାଶ କରିଥିଲେ ମୂଖ୍ୟବକ୍ତା ମିଶ୍ର । ସାମାଜିକ ସଂଗଠନର ପ୍ରୟାସରେ ହିଁ ଅନେକଙ୍କ ମୁହଁରେ ହସ ଫୁଟି ପାରୁଛି ଏବଂ ଏହାର ବଳିଷ୍ଠ ଉଦାହରଣ ହେଲେ – ରେଜ୍ ଫାଉଣ୍ଡେସନ ଭଳି ସଂସ୍ଥା ପ୍ରକାଶ କରିଥିଲେ ଶ୍ରୀଯୁକ୍ତ ରାଉତ । ସାମାଜିକ କାର୍ଯ୍ୟକ୍ରମ ହିଁ ମାନସିକ ଶାନ୍ତି ଦେବା ସହ ଜୀବନର ପୂର୍ଣ୍ଣତା ଭରିଥାଏ ପ୍ରକାଶ କରିଥିଲେ ସମାଜସେବୀ ଅଭିମନ୍ୟୁ ଦାସ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚିଣ୍ଟୁ ମିଶ୍ରଙ୍କ ଦ୍ୱାରା ନିର୍ମିତ ରେଜ୍ ଫାଉଣ୍ଡେସନ ସଂପର୍କିତ ବୃତ୍ତଚିତ୍ର “ଆଶାର କିରଣ” ପ୍ରଦର୍ଶିତ ହୋଇଥିଲା ଯାହାକି ଏହା ସମସ୍ଥଙ୍କ ପାଇଁ ପ୍ରେରଣାର ଖୋରାକ । ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ପ୍ରତିନିଧିତ୍ୱ କରିଥିବା ନୃତ୍ୟ ନୈବଦ୍ୟର କଳାକାରମାନେ ଏକ ସୁନ୍ଦର ଗଣେଶ ବନ୍ଦନା ସହ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଆନ୍ତର୍ଜାତୀୟ ସ୍ତରରେ ଲବ୍ଧ ପ୍ରତିଷ୍ଠିତ ଫେଟ୍ ଫାଇଟର୍ସର କଳାକାରମାନେ ଚିତ୍ତାକର୍ଷକ ମାଲଖମ୍ବ ପ୍ରଦର୍ଶନ କରିଥିଲେ । ସେହିପରି ସ୍ପାର୍କଲ ଗ୍ରୁପ୍‌ର କଳାକାରମାନେ ଦେଶାତ୍ମବୋଧକ ନୃତ୍ୟ ପ୍ରଦର୍ଶନ କରିଥିବାବେଳେ, ଅଗ୍ରଣୀ ଅନୁଷ୍ଠାନ “ପ୍ରଦକ୍ଷିଣା”ର କଳାକାରମାନଙ୍କ ଦ୍ୱାରା ଏକ ଚମତ୍କାର ଓଡ଼ିଶି ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ପରେ ପରେ ୫ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସମେତ ମୋଟରେ ୩୦ ଟି ସାମାଜିକ ଓ ବ୍ୟବସାୟିକ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସମାଜର ମୂଖ୍ୟ ପ୍ରଶାସନିକ ଅଧିକାରୀ ତଥା ଅଙ୍ଗଦାନ ଅଭିଯାନର ପ୍ରତିଷ୍ଠାତା ଓ ବିଶିଷ୍ଟ ସମାଜସେବକ ଡ. ପ୍ରଭାସ ଆଚାର୍ଯ୍ୟଙ୍କୁ ରେଜ୍ ସେବାରତ୍ନ ସମ୍ମାନ, ରାଉଲକେଲାର ପରିଚିତା ମହିଳା ଚାଷୀ ଓ ବ୍ୟବସାୟୀ ରିନା ଦାଶଙ୍କୁ ଶ୍ରେଷ୍ଠ ଚାଷୀର ସମ୍ମାନ, କଟକର ସମାଜସେବକ ସମ୍ବିତ୍ ନନ୍ଦଙ୍କୁ ଶ୍ରେଷ୍ଠ ସମାଜସେବକ ସମ୍ମାନ, ଯୁବ ବ୍ୟବସାୟୀ ସାଇନିଣ୍ଟଖୁଣ୍ଟିଆଙ୍କୁ ଶ୍ରେଷ୍ଠ ଯୁବ ମହିଳା ବ୍ୟବସାୟୀ ସମ୍ମାନ ଏବଂ କୋଣାର୍କର ଓମ୍ ଗାୟତ୍ରୀ ଝୁଟ୍ ପ୍ରତିଷ୍ଠାନର ପ୍ରତିଷ୍ଠାତ୍ରୀ ମାନସୀ ପୃଷ୍ଟିଙ୍କୁ ଶ୍ରେଷ୍ଠ ପ୍ରେରଣାଦାୟୀ ମହିଳା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେହିପରି କୃଷି ଓ ବ୍ୟବସାୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ରାଜଶ୍ରୀ ଉପାଧ୍ୟାୟ, ମଧୁସ୍ମିତା ମହାନ୍ତି ଓ ଗଙ୍ଗା ସିଂହଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ଏହି ଅବସରରେ ରେଜ୍ ଫାଉଣ୍ଡେସନର ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ସହ ପ୍ରଚାର ଏବଂ ପ୍ରସାରରେ ସବୁବେଳେ ସହଯୋଗର ହାତ ବଢ଼ାଇଥିବା ସମ୍ବାଦ ଗଣମାଧ୍ୟର କଟକ ମୂଖ୍ୟ କୃଷ୍ଣ ପ୍ରସାଦ ଦାଶ, ସକାଳ ଖବର କାଗଜର କଟକ ଶାଖାର ମୂଖ୍ୟ ଭକ୍ତିଭୂଷଣ ମହାନ୍ତି, ପ୍ରମେୟ ଖବରକାଗର ମୂଖ୍ୟ (କଟକ)ର ମାନସରଂଜନ ପଣ୍ଡା ଓ ଧରିତ୍ରୀ କଟକ ଶାଖାର ମୂଖ୍ୟ ପ୍ରଦୀପ୍ତ ରଥ ପ୍ରମୁଖଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଆଜିର କାର୍ଯ୍ୟକ୍ରମକୁ ଉଲ୍ଲାସ ଚନ୍ଦ୍ର ବେହୁରା ସଂଯୋଜନା କରିଥିଲାବେଳେ ରେଜ୍ ଫାଉଣ୍ଡେସନର ଶିଳ୍ପା ଦାସ, ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ, ଦେବସ୍ମିତା ମିଶ୍ର, ସୁଶାନ୍ତ ସିଂହ, ମୁନ୍‌ମୁନ୍ ମହାନ୍ତି, ଦେବଦତ୍ତ ମହାନ୍ତି ଓ ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ସମସ୍ତ ପ୍ରକାର ସହଯୋଗ କରିଥିଲେ ହ୍ୱାଇଟ୍ କାନଭାସର ଚିଣ୍ଟୁ ମିଶ୍ର, ସୌମ୍ୟଜିତ୍ ପରିଡ଼ା, ଅମୃତରଂଜନ ଦାଶ, ଜ୍ଞାନରଂଜନ ରାୟ, ଅସିତ୍ ସାମଲ, ସନ୍ତୋଷ ନାୟକ ଓ ପ୍ରତାପ ପଣ୍ଡା । ଶହୀଦ୍ ଭବନରେ ୩୦୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ, ବୁଦ୍ଧିଜୀବି ଓ  ଶୁଭେଚ୍ଛୁମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିବା ସହ ରେଡ୍ ଫାଉଣ୍ଡେସନର ପ୍ରୟସାକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ରେଜ୍ ଫାଉଣ୍ଡେସନ ଅନେକ ନିଆରା ସମାଜିକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଅନୁଷ୍ଠାନର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ ।

   Related Posts