୩ଦିନ ପାଇଁ ରାୟଗଡ଼ା ଥାନା ସିଲ୍, ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ

Published By : Prameya-News7 Bureau | July 27, 2020 IST

ରାୟଗଡା ୨୭।୦୭: ଆସନ୍ତା ୩ଦିନ ପାଇଁ ରାୟଗଡ଼ା ଥାନାକୁ ସିଲ୍‌ କରାଯାଇଛି । ୧୪ ଜଣ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । ଥାନାକୁ ଆସନ୍ତା ୩ଦିନ ପାଇଁ ସିଲ୍‌ ହୋଇଥିବା ସୂଚନା ଦେଇଛନ୍ତି ଏସ୍‌ପି ।

୧୪ ଜଣ ସ୍ବତନ୍ତ୍ର ସୁରକ୍ଷା ବାଟାଲିଆନର ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ  ଆକ୍ରାନ୍ତ ଚିହ୍ନଟ ହେବା ପରେ ଥାନାକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଛି । ଥାନା ପରିସରରେ ଥିବା ବାଟାଲିୟନ କ୍ୟାମ୍ପରେ ସମସ୍ତ ଯବାନଙ୍କ ରହିବା ବ୍ୟବସ୍ଥା ହୋଇଛି । ଏହା ସହିତ ଆସନ୍ତା ୩ଦିନ ପାଇଁ ଥାନାକୁ ସିଲ୍‌ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.