ରୁଷ୍‌ ପର୍ଯ୍ୟଟକ ମୃତ୍ୟୁ ଘଟଣା, ଚାରି ଆମ୍ବୁଲାନ୍ସ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚର ଜେରା

Published By : Prameya-News7 Bureau | January 03, 2023 IST

ରାୟଗଡ଼ା ୦୩।୦୧ : ରାୟଗଡ଼ାରେ ଦୁଇ ରୁଷ୍‌ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା । ପଞ୍ଚମ ଦିନରେ କ୍ରାଇମବ୍ରାଞ୍ଚ ଟିମ୍‌ର ଚାଲିଛି ତନାଘନା । ଏହିକ୍ରମରେ ରାୟଗଡ଼ା ଥାନା ପରିସରରେ ଚାରି ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ ।

ଖବର ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୧୧ଟା ସମୟରେ ଚାରି ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଜେରା ଆରମ୍ଭ କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ଏବେ ଯାଏଁ ଜେରା ଚାଲିଥିବାର ସୂଚନା ମିଳିଛି । ତେବେ ପ୍ରଥମ ପର୍ଯ୍ୟାୟରେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଜେରା କରିଥିବା ବେଳେ ୨ୟ ପର୍ଯ୍ୟାୟରେ ହୋଟେଲ କର୍ମଚାରୀଙ୍କୁ ପଚରାଉଚରା କରାଯିବାର ସୂଚନା ରହିଛି ।

ଅପରପକ୍ଷେ ଘଟଣାର ଅଧିକ ତଦନ୍ତ ପାଇଁ ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏପିରିକି ତଦନ୍ତରେ ସହଯୋଗ ପାଇଁ ଆଉ ଏକ କ୍ରାଇମବ୍ରାଞ୍ଚ ରାୟଗଡ଼ା ଆସୁଥିବା ସୂଚନା ମିଳିଛି । ତେବେ କେଉଁ ଦିନ ଏବଂ କେବେ ରାୟଗଡ଼ା ଆସିବେ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.