ରାୟଗଡ଼ା ୦୨।୦୧ : ଥାନା ପରିସରରୁ ଅଭିଯୁକ୍ତ ଚମ୍ପଟ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନାରୁ ଚମ୍ପଟ ମାରିଛି ଅଭିଯୁକ୍ତ । ପରେ କାର୍ଯ୍ୟରେ ଅବହେଳା ଲାଗି ତିନି ଜଣ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କରିଛନ୍ତି ରାୟଗଡ଼ା ଏସ୍ପି ।
ଖବର ଅନୁଯାୟୀ, ଗତ ୨୭ ତାରିଖ ଦିନ କଲ୍ୟାଣସିଂହପୁର ଥାନା ପରିସରରୁ ଜଣେ ହତ୍ୟା ଅଭିଯୁକ୍ତ ଚମ୍ପଟ ମାରିଥିଲେ । ଏହି ଘଟଣାରେ ଏବେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାୟଗଡ଼ା ଏସ୍ପି । ତତ୍କାଳ ଭାବେ କଲ୍ୟାଣସିଂହପୁର ଥାନା ଏଏସ୍ଆଇ ମନୋଜ ମଲ୍ଲିକ, କନେଷ୍ଟବଳ ରାଙ୍ଗାରଓ ମାଣ୍ଡାଙ୍ଗି ଓ ଡମ୍ବରୁ ପିଡିପାକାଙ୍କୁ ସସ୍ପେଣ୍ଡ କରିଛନ୍ତି ରାୟଗଡ଼ା ଏସ୍ପି । କାର୍ଯ୍ୟରେ ଅବହେଳା ଯୋଗୁ ତିନି ଜଣ ପୁଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି ଏସପି ।