ରାୟଗଡ଼ା ଡୁମାପାଇ ଗାଁର ମୁକୁନା ମାଣ୍ଡାଙ୍ଗିଙ୍କୁ ଅତି ନିର୍ମମ ଭାବେ ହତ୍ୟା
30/09/2018 at 3:08 AM

ରାୟଗଡ଼ା ୨୯/୯: ରାୟଗଡ଼ା ଡୁମାପାଇ ଗାଁର ମୁକୁନା ମାଣ୍ଡାଙ୍ଗିଙ୍କୁ କେହି ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତାରେ ପକାଇଦେଇଛି । ଆଜି ସକାଳୁ କୁମ୍ଭିକୋଟା ଫାଣ୍ଡି ରାଇକଣା ଗାଁ ରାସ୍ତାରେ ମୁକୁନାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ରହିଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାଓପ୍ରବଣ ଅଂଚଳ ହୋଇଥିବାରୁ ଏହି ହତ୍ୟାକାଣ୍ଡ ପଛରେ ମାଓବାଦୀଙ୍କ ହାତ ଥାଇପାରେ ବୋଲି ସଂଦେହ କରାଯାଉଛି । ସେପଟେ ଗୁଣି ଗାରେଡ଼ି ସଂଦେହକୁ ବି ପୋଲିସ ନଜର ଅନ୍ଦାଜ କରିବାକୁ ଚାହିଁନି । ତେବେ ପରିବାର ଲୋକେ ଏନେଇ ମୁହଁ ଖୋଲୁନଥିବାରୁ ହତ୍ୟାକାଣ୍ଡକୁ ନେଇ ରହସ୍ୟ ବଢ଼ିଚାଲିଛି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023