ରୁଷ୍‌ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚରେ ପୁଣି ରୁଷୀୟ ଦମ୍ପତ୍ତି ହାଜର

Published By : Prameya-News7 Bureau | December 31, 2022 IST

କଟକ ୩୧।୧୨ : ରାୟଗଡ଼ାରେ ରୁଷ୍‌ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ମାମଲା । ଜେରା ପାଇଁ କ୍ରାଇମବ୍ରାଞ୍ଚରେ ପୁଣି ହାଜର ହେଲେ ରୁଷୀୟ ଦମ୍ପତ୍ତି । ଟୁର୍‌ ଗାଇଡ୍‌ ଜିତେନ୍ଦ୍ର ସିଂହ ମଧ୍ୟ ରୁଷୀୟ ଦମ୍ପତ୍ତିଙ୍କ ସହ ହାଜର ହୋଇଛନ୍ତି । ଗତ ପାଞ୍ଚ ଦିନ ହେଲା ତିନି ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ।

ସେପଟେ ରୁଷ୍‌ ପର୍ଯ୍ୟଟକ ମୃତ୍ୟୁ ଘଟଣାରେ ଦ୍ୱିତୀୟ ଦିନରେ ମଧ୍ୟ କ୍ରାଇମବ୍ରାଞ୍ଚ ତରଫରୁ ତନାଘନା ଜାରି ରହିଛି । କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୨ ଜଣିଆ ଟିମ୍ ଶନିବାର ରାୟଗଡା ଥାନା ଓ ସିରିଗୁଡା ଶ୍ମଶାନ ଯାଇ ଅନୁସନ୍ଧାନ କରିଛନ୍ତି । ଏଥିରେ ସାଇଣ୍ଟିଫିକ ଓ ଫରେନସିକ ଟିମ୍ ମଧ୍ୟ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.