ଜାଲ ଜାତିଗତ ପ୍ରମାଣ ପ୍ରସଙ୍ଗ : ମୁହଁ ଖୋଲିଲେ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି
7/07/2019 at 7:13 PM

ରାୟଗଡା ୭|୭: ନିର୍ବାଚନରେ ଜାଲ ଜାତିଗତ ପ୍ରମାଣ ଦେବା ନେଇ ହାଇକୋର୍ଟରେ ଦାୟର ହୋଇଥିବା ମାମଲା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି । ଯୁଗ ଯୁଗ ଧରି ସେ ଆଦିବାସୀ । ଝୋଡ଼ିଆପରଜା ସମ୍ପ୍ରଦାୟର । ସେ କୌଣସି ନୋଟିସ୍ ପାଇନାହାନ୍ତି, ନୋଟିସ୍ ମିଳିଲେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ମକରନ୍ଦ । ରାୟଗଡ଼ାର ଆର୍. ହରିଶ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ହାଇକୋର୍ଟର ଦ୍ବାରସ୍ଥ ହେବା ସହ ମକରନ୍ଦ ଜାଲ୍ ଜାତିଗତ ପ୍ରମାଣପତ୍ର ଦାୟର କରିଥିଲେ ବୋଲି ଅଭିଯୋଗ କରିଥିଲେ । ଏପରିକି ନିର୍ବାଚନ ଅସିଦ୍ଧ ଘୋଷଣା କରିବାକୁ ଦାବି କରିଥିଲେ ।