ଦିଲ୍ଲୀ ଗଲା ୫୦ କ୍ୱିଣ୍ଟାଲ ରାୟଗଡା ଆମ୍ବ
28/05/2018 at 2:22 AM

ଦ୍ୱିତୀୟଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀକୁ ଯାଇଛି ରାୟଗଡ଼।ର ସୁଆଦିଆ ଆମ୍ବ। ସମତା ଏକ୍ସପ୍ରେସ ଟ୍ରେନ ଯୋଗେ ଆଜି ପ୍ରଥମ କିସ୍ତିରେ ଯାଇଛି ୪୩୨୦ କେଜି ଆମ୍ବ । ଆସନ୍ତାକାଲି ସନ୍ଧ୍ୟାରେ ଦିଲ୍ଲୀରେ ପହଂଚିବା ପରେ ସିଧା ଯିବ ମଦର ଡାଏରିକୁ । ମାଳ ଅଂଚଳ ଭାବେ ପରିଚିତ ରାୟଗଡ଼। ଜିଲ୍ଲାର ଆମ୍ଭର ସ୍ବାଦ ସମଗ୍ର ଦେଶରେ ବେଶ ପରିଚିତ । ସେଥତ୍ପାଇଁ ଆମ୍ବ ଉତ୍ପାଦନ ଋତୁରେ ବ୍ୟାପକ ପରିମାଣରେ ଆମ୍ବ ରାୟପୁର ଠାରୁ ଆରମ୍ଭ କରି ନାଗପୁର ଓ ଭୋପାଲକୁ ଯାଇଥାଏ । ହେଲେ ପ୍ରକୃତ ଆମ୍ବଚାଷୀ ଆମ୍ବର ଉଚିତ ମୂଲ୍ୟ ପାଇପାରୁନାହାନ୍ତି । ବର୍ଷ ବର୍ଷ ଧରି ଦଲାଲଙ୍କ ଅଧୀନତ୍ଵରେ ଆମ୍ବ ବ୍ୟବସାୟ ଚାଲୁରହିଛି ।ହେଲେ ଜିଲ୍ଲା ପ୍ରଶାସନ ଚାଷୀଙ୍କ ନିକଟରୁ ସିଧାସଳଖ ଆମ୍ବ ସଂଗ୍ରହ କରି ପଠାଇଛି ଦିଲ୍ଲୀକୁ । ଦିଲ୍ଲୀ ବଜାରରେ ରାୟଗଡ଼।ରେ ଉତ୍ପାଦିତି ହେଉଥିବା ସୁନ୍ଦରୀ, ଦଶହରୀ, ଆମ୍ରପଲ୍ଲି, ମଲ୍ଲିକା, ବାଇଗଣପଲି ଆମ୍ବ ବିକି ହେବ । ଦିଲ୍ଲୀର ବିଭିନ୍ନ ମଦର ଡାଏରି ୪୭ ରୁ ୬୭ ଟଙ୍କା ଲେଖାଏଁ ଆମ୍ଭ କିଣିବାକୁ ସହମତି ପ୍ରକାଶ କରିବା ପରେ ଆଜି ଏହା ପ୍ରେରଣ ହୋଇଛି । ଜିଲ୍ଲାର କାଶୀପୁର, ମୁନିଗୁଡ଼। ଓ ବିଷମକଟକ ବ୍ଲକରେ ସର୍ବ।ଧତ୍କ ଆମ୍ବ ଉତ୍ପାଦିତ ହୋଇଥାଏ । ଚଳିତ ବର୍ଷ ୨୦୦ ମେଟ୍ରିକ୍ ଟନ ଆମ୍ବ ଦିଲ୍ଲୀକୁ ପଠାଇବା ପାଇଁ ଲଖ୍ୟ ରଖାଯାଇଛି । ଜିଲ୍ଲା ବଜାର ଓ ବିପଣନ ବିଭାଗ ନିଜ ଦାୟିତ୍ବରେ ଏହାକୁ ସଂଗ୍ରହ କରି ସିଧାସଳଖ ପ୍ରେରଣ କରିବା ଆରମ୍ଭ କରିଛି । ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ଆମ୍ବ ସଂଗ୍ରହ କରୁଥିବା ଜଣାପଡ଼ଛି । ଏହା ଦ୍ବାରା ଚାଷୀମାନେ ଆଥର୍ତ୍କ କ୍ଷେତ୍ରରେ ବିକଶିତ ହେବା ସହ ଦଲାଲ ରାଜ୍ ବନ୍ଦ ହେବବୋଲି ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦଶେକ କହିଛନ୍ତି । କାରଣ ମନରେଗା ଯୋଜନା ମାଧ୍ୟମରେ ଗତ ୭ ବର୍ଷ ମଧ୍ୟରେ ଜିଲ୍ଲାରେ ୧୫ ହଜାର ହେକ୍ଟର ଜମିରେ ଆମ୍ବ ବୃକ୍ଷ ରୋପଣ ହୋଇଛି । ପୂର୍ବରୁ ବହୁ ପରିମାଣରେ ଆମ୍ବ ବୃକ୍ଷ ଏହି ଜିଲ୍ଲାରେ ଥତ୍ବା ବଳେ ସେଥତ୍ରେ ଏହା ଯୋଡ଼ି ହୋଇଯାଇଛି। ଗତ ବର୍ଷ ମଧ୍ୟ ଦୀଲ୍ଲି ବଜାରକୁ ଆମ୍ବ ପଠାଯାଇଥିଲା।