ଷ୍ଟେସନ ନିକଟରେ ଭୁସ୍ଖଳନ, ଅଟକିଛି ସମଲେଶ୍ଵରୀ ଏକ୍ସପ୍ରେସ

Published By : Prameya-News7 Bureau | August 14, 2022 IST

ରାୟଗଡ଼ା  ୧୪।୦୮: ରାୟଗଡ଼ା କେଉଟଗୁଡ଼ା ଷ୍ଟେସନ ନିକଟରେ ଭୁସ୍ଖଳନ । କୋରାପୁଟ-ରାୟଗଡ଼ା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ । ଯାହାଫଳରେ ଅନେକ ଯାତ୍ରା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି ।

ଖବର ଅନୁଯାୟୀ, କୋରାପୁଟ - ରାୟଗଡ଼ା ରେଳପଥର ୩୪ ନମ୍ବର ଟନେଲ ନିକଟରେ ଭୁସ୍ଖଳନ ଘଟିଛି । ଯାହାଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପାହାଡ଼ ଉପରୁ ବିରାଟକାୟ ଗଛ ଓ ମାଟି ଅତଡା ଖସିବା ଯୋଗୁଁ ଏହିଭଳି ଘଟିଥିବା ଜଣାପଡିଛି। ଜଗଦଲପୁର – ହାଓ୍ୱଡା ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ ସିକରପାଇ ଷ୍ଟେସନ ନିକଟରେ ଅଟକିଛି। ଟନେଲ ନିକଟରେ ଭୁସ୍ଖଳନ ଘଟିବା ଯୋଗୁଁ ସମସ୍ତ ଟ୍ରେନ ଅଟକାଯାଇଛି । କୋରାପୁଟ - ରାୟଗଡ଼ା ରେଳ ଚଳାଚଳ ବନ୍ଦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.