ଗିରଫ ହେଲେ ରାୟଗଡ଼ା ଡିଏଫଓ, ଭିଜିଲାନ୍ସର ରେଡ୍ରୁ ମିଳିଥିଲା ଅଚଳାଚଳ ସମ୍ପତ୍ତି
25/08/2023 at 8:20 PM

ରାୟଗଡ଼ା, ୨୫/୦୮: ଗିରଫ ହେଲେ ରାୟଗଡ଼ା ଡିଏଫଓ । ରାୟଗଡ଼ା ବନଖଣ୍ଡ ଅଧିକାରୀ (ଡିଏଫଓ) ବିଜୟ କୁମାର ପରିଡ଼ାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗୁରୁବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ଉ ହୋଇଥିଲା। ଭିଜିଲାନ୍ସ ଡିଏସପି ସନ୍ଧ୍ୟା ରାଣୀ ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଚଢ଼ଉ କରିଥିଲେ। ଆଉ ଏହି ରେଡ୍ରୁ ରାୟଗଡ଼ା ଡିଏଫଓଙ୍କ କୋଟି କୋଟ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ନିଜ ଆୟଠାରୁ ପ୍ରାୟ ୨୦୮% ଅଧିକ ମୂଲ୍ୟର ସମ୍ପତ୍ତି ଠାବ ହୋଇଛି।
ଏହି ରେଡ୍ରୁ କଟକରେ ୧.୮ କୋଟି ଟଙ୍କାର ୪ ମହଲା ଘର, ରସୁଲଗଡ଼ରେ ୩ ମହଲା, ପଟିଆରେ ଗୋଟିଏ ଫ୍ଲାଟ । ଏଥିସହ ଭୁବନେଶ୍ଵର, ପୁରୀ, କଟକ, ଯାଜପୁରରେ ସହ ସମୁଦାୟ ୧୬ଟି ପ୍ଲଟ। ଘରୁ ନଗଦ ୧ ଲକ୍ଷ ୨୪ ହଜାର ୬୦୦ ନଗଦ ଟଙ୍କା, ୬୫୦ ଗ୍ରାମ ସୁନା ଗୋଟିଏ କାର୍ ଓ ୨ଟି ବାଇକ ଜବତ କରାଯାଇଥିଲା। ଏହା ସହ ବ୍ୟାଙ୍କ୍, ଇନ୍ସ୍ୟୁରାନ୍ସ ଏବଂ ଅନ୍ୟ ଡିପୋଜିଟ୍ ନେଇ ମଧ୍ୟ ଯାଞ୍ଚ କରାଯାଇଥିଲା। ଡିଏଫଓ ବିଜୟ କୁମାର ପରିଡ଼ାଙ୍କୁ ତାଙ୍କ କାର୍ଯ୍ୟାଳୟ ନେଇ ମଧ୍ୟ ତଦନ୍ତ କରିଥିଲେ ଭିଜିଲାନ୍ସ। ସେଠାରେ ଦୀର୍ଘ ସମୟ ଧରି ଛାନଭିନ କରିଥିଲେ।
ଆହୁରି ପଢ଼ନ୍ତୁ: ଆଳୁ ଖୋଳୁ ଖୋଳୁ ମହାଦେବ ! ରାୟଗଡ଼ା ଡିଏଫଓଙ୍କ ଅନେକ ଠିକଣାରେ ଭିଜିଲାନ୍ସ ରେଡ୍, ସୁନା ଗହଣାଠୁ ନେଇ ପ୍ଲଟ-ଫ୍ଲାଟ୍ ଠାବ
ତେବେ ତାଙ୍କ ନାମରେ ଅନେକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ନେଇ ଲୋକାୟୁକ୍ତରେ ମଧ୍ୟ ମାମଲା ରୁଜୁ ହୋଇଛି। ଆଉ ଏହାପରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ବିଜୟଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଭିଜିଲାନ୍ସ କୋର୍ଟ ବିଜୟଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।