ରାୟଗଡ଼ା ୨୦।୭: ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରା ଗିରଫ । ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ରାୟଗଡ଼ା ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ବେହେରା କହିଛନ୍ତି । ଜଣେ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍ ନଂ ୨୫୫ରେ ମାମଲା ରୁଜୁ କରି ରମେଶ ବେହେରାଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ରାୟଗଡ଼ାରେ ପ୍ରାୟ ୨ ବର୍ଷ ହେଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରା ଜନୈକ ବିବାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ଏଥି ସହିତ ତାଙ୍କୁ ନିର୍ଯାତନା ମଧ୍ୟ ଦେଇଥିଲେ । ମହିଳା ଜଣକ ଦୁଇଟି ସନ୍ତାନର ମା’ ଅଟନ୍ତି । ତେବେ ଏନେଇ ମହିଳା ଜଣକ ରବିବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
You Can Read: