ପଞ୍ଜାବ କଂଗ୍ରେସରେ ହେବନି ପରିବର୍ତ୍ତନ, ଅମରିନ୍ଦିର ସିଂହଙ୍କ ନେତୃତ୍ୱରେ ଲଢାଯିବ ବିଧାନସଭା ନିର୍ବାଚନ: ହରିଶ ରାବତ

Published By : Prameya-News7 Bureau | August 25, 2021 IST

ନୂଆଦିଲ୍ଲୀ ୨୫।୮: ପଞ୍ଜାବ କଂଗ୍ରେସରେ ନେତୃତ୍ୱକୁ ନେଇ ବିବାଦ ତୁଟୁନି। ଏଥିରେ ରାଜ୍ୟର ୪ ଜଣ ମନ୍ତ୍ରୀଙ୍କ ଦାବି ପରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ମୁହଁ ଖୋଲିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ ନେତୃତ୍ୱରେ ଦଳ ନିର୍ବାଚନ ଲଢିବ ବୋଲି ହରିଶ ରାବତ ସ୍ପଷ୍ଟ କରିଦେଇଛନ୍ତି। ଏ ନେଇ ଦଳର ନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି। ପଞ୍ଜାବରେ ଦଳ ନବଜୋତ ସିଂହ ସିଦ୍ଧୁଙ୍କୁ ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ କରିଛି। ତେବେ ମୁଖ୍ୟମନ୍ତ୍ରୀ ପଦବୀରେ କୌଣସି ପରିବର୍ତ୍ତନ ଦାବିକୁ ଏବେ ଗ୍ରହଣ କରାଯାଇ ପାରିବନି ବୋଲି ରାବତ କହିଛନ୍ତି।

{"id":501109,"sizeSlug":"full","linkDestination":"none"}

ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ଦାବିକୁ ନେଇ ପଞ୍ଜାବର ୪ ଜଣ ମନ୍ତ୍ରୀ ଓ ୩ ଜଣ ବିଧାୟକ ଡେରାଡୁନରେ ହରିଶ ରାବତଙ୍କୁ ଭେଟିଥିଲେ। ଏହା ପରେ ରାବତଙ୍କ ବୟାନ ଆସିବା ଦଳର ନିର୍ବାଚନ ରଣନୀତିକୁ ସ୍ପଷ୍ଟ କରିଛି। ଏହା ପୂର୍ବରୁ ଅମରିନ୍ଦର ଓ ସିଦ୍ଧୁଙ୍କ ମଧ୍ୟରେ ମତପାର୍ଥକ୍ୟ ନେଇ ରାବତ ନିଜେ ଅମରିନ୍ଦର ସିଦ୍ଧୁଙ୍କ ନିଯୁକ୍ତିକୁ ସ୍ୱାଗତ କରିଥିବାର କହିଥିଲେ। ତେବେ ଏହା ସତ୍ତ୍ୱେ ଉପୁଜିଥିଥିବା ସମସ୍ୟାର ସମାଧାନ ଲାଗି ମୁଁ ମୋ ତରଫରୁ ଉଦ୍ୟମ ଜାରି ରଖିଛି ବୋଲି ରାବତ କହିଛନ୍ତି। ଯଦି ଏଥିରେ ମୁଁ ସଫଳ ନ ହୁଏ ତେବେ ଦଳୀୟ ନେତୃତ୍ୱଙ୍କ ନିକଟକୁ ପ୍ରସଙ୍ଗ ନେଇ ଯିବେ ବୋଲି କହିଛନ୍ତି।

{"id":501110,"sizeSlug":"full","linkDestination":"none"}

ତେବେ ପଞ୍ଜାବ ବିଧାୟକ ପରଗଟ ସିଂହଙ୍କ କହିବା କଥା ହେଲା ବିଧାୟକମାନେ ଏଥିପାଇଁ ଅସନ୍ତୁଷ୍ଟ ଯେ କିଛି ସମସ୍ୟାର ଏପର୍ଯ୍ୟନ୍ତ ସମାଧାନ ହେଉ ନାହିଁ। ଏଣୁ କଂଗ୍ରେସ ପର୍ଯ୍ୟବେକ୍ଷଙ୍କ ଦେଖରେଖରେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ବୈଠକ କରନ୍ତୁ ଓ ଏଥିରେ ସମାଧାନର ବାଟ ବାହାର କରନ୍ତୁ। ସବୁ ବିଧାୟକ ଦିଲ୍ଲୀ ଯାଉଛନ୍ତି, ମୁଁ ବି ଯିବି ହେଲେ ଦଳୀୟ ହାଇକମାଣ୍ଡଙ୍କୁ ବିଧାୟକଙ୍କ ଦଳୀୟ ବୈଠକ ନେଇ ଦାବି କରିବି ବୋଲି ପରଗଟ ସିଂହ କହିଛନ୍ତି। ପ୍ରସଙ୍ଗକୁ ଡାଇଭର୍ଟ କଲେ କାମ ହେବନି। ଅମରିନ୍ଦର ସିଂହ ଆମ ମୁଖ୍ୟମନ୍ତ୍ରୀ ଏଥିରେ ଆମର କୌଣସି ଅସହମତି ନାହିଁ। ତେବେ କେବଳ ମୁଖ୍ୟମନ୍ତ୍ରୀ ହୋଇ ଗଲେ ହେବନି ଦଳର କାମ ବି ହେବା ଦରକାର ବୋଲି ପରଗଟ କହିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.