ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର, ଦଳକୁ ଫେରିଲେ ରବୀନ୍ଦ୍ର ଜାଡେଜା

Published By : Prameya-News7 Bureau | October 31, 2022 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଭାରତୀୟ ଦଳକୁ ଫେରିଲେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ଭାରତୀୟ ଦଳ ଡିସେମ୍ବରରେ ବାଂଲାଦେଶ ଗସ୍ତ କରିବ। ଏହି ଗସ୍ତରେ ଭାରତ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ଖେଳିବ। ଆଉ ଉଭୟ ଶୃଙ୍ଖଳା ପାଇଁ ଦଳରେ ଜାଡେଜାଙ୍କ ଚୟନ ହୋଇଛି। ଆଣ୍ଠୁଜନିତ ସମସ୍ୟାରୁ ସୁସ୍ଥ ହେବା ପରେ ସେ ପୁନର୍ବାସରେ ଗତି କରୁଛନ୍ତି। ଏହି କାରଣରୁ ସେ ଟି-୨୦ ବିଶ୍ଵ କପ୍ ଖେଳି ପାରି ନାହାନ୍ତି।

ଆଜି ବାଂଲାଦେଶ ଗସ୍ତ ପାଇଁ ଘୋଷିତ ଭାରତୀୟ ଦଳରେ ଜାଡେଜାଙ୍କ ନାମ ରହିଛି। ତେବେ ତାଙ୍କ ଫିଟନେସ୍ ଉପରେ ବିସିସିଆଇ କୌଣସି ସୂଚନା ଦେଇ ନାହିଁ। ଜାଡେଜା ଏସିଆ କପ୍‌ରେ ଲାଗିଥିବା ଆହତ କାରଣରୁ ଟି-୨୦ ବିଶ୍ଵ କପ୍‌ରେ ଭାରତର ପ୍ରତିନିଧିତ୍ଵ କରି ନାହାନ୍ତି। ଏବେ ବାଂଲାଦେଶ ବିପକ୍ଷ ଉଭୟ ଟେଷ୍ଟ ଏବଂ ଦିନିକିଆ ଶୃଙ୍ଖଳାରେ ଦଳରେ ସାମିଲ୍ ହୋଇଛନ୍ତି।

ବାଂଲାଦେଶ ବିପକ୍ଷ ଟେଷ୍ଟ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶୁଭମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ(ଓ୍ଵିକେଟ୍ କିପର), କେଏସ ଭରତ(ଓ୍ଵିକେଟ୍ କିପର), ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ।

ଭାରତୀୟ ଦିନିକିଆ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶିଖର ଧାଓ୍ଵନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଇଶାନ କିଷନ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଦୀପକ ଚହର, ୟଶ ଦୟାଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.