ରଣଜୀ ଟ୍ରଫି ଖେଳିବା ପାଇଁ ଜାଡେଜାଙ୍କୁ ମନା କଲେ ଗାଙ୍ଗୁଲି, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ,  ୦୬|୦୩:  ମାର୍ଚ୍ଚ ୯ରୁ ପଶ୍ଚିମବଙ୍ଗ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫିର ଫାଇନାଲ ମୁକାବିଲା ଖେଳାଯିବ। ଏହି ମ୍ୟାଚରେ ଚେତେଶ୍ୱର ପୂଜାରା ସୌରାଷ୍ଟ୍ର ଓ ଋଦ୍ଧିମାନ ଶାହ ନିଜ ଘରୋଇ ଟିମ ପଶ୍ଚିମବଙ୍ଗ ତରଫରୁ ଖେଳିବେ। ସୌରାଷ୍ଟ୍ର ଗୁଜୁରାଟ ଓ ପଶ୍ଚିମବଙ୍ଗ କର୍ଣ୍ଣାଟକକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଏହାସହ ସୌରାଷ୍ଟ୍ର ଲାଗାତାର ଦ୍ୱିତୀୟ ଥର ପାଇଁ ରଣଜୀ ଟ୍ରଫି ଫାଇନାଲରେ ସ୍ଥାନ ପକ୍କା କରିଛି।

{"id":234052,"width":745,"height":487,"sizeSlug":"large"}

ସୌରାଷ୍ଟ୍ର କ୍ରିକେଟ ସଙ୍ଘ ରବୀନ୍ଦ୍ର ଜାଡେଜାଙ୍କୁ ଫାଇନାଲରେ ଖେଳାଇବାକୁ ଚାହୁଁଛି। କିନ୍ତୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହାକୁ ସିଧାସଳଖ ଭାବେ ମନା କରିଦେଇଛନ୍ତି। ଜାଡେଜା ଦେଶ ପାଇଁ ଖେଳିବା ହେଉଛି ପ୍ରାଥମିକତା ବୋଲି ଗାଙ୍ଗୁଲି କହିଥିଲେ। ଜାଡେଜା ଭାରତୀୟ ଦଳର ନିୟମିତ ଖେଳାଳି ଓ ଅଧିନାୟକ ବିରାଟ କୋହଲିଙ୍କର ଜଣେ ଭଲ ବନ୍ଧୁ। କୋହଲି ମଧ୍ୟ ଅନେକ ଥର ତାଙ୍କର ଫିଟନେସ୍ ଓ ଫିଲ୍ଡିଂକୁ ପ୍ରଶଂସା କରିଛନ୍ତି।  ଜାଡେଜା ଆସନ୍ତା ୧୨ ତାରିଖରୁ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଦଳରେ ସ୍ଥାନ ପାଇପାରନ୍ତି।

{"id":234053,"width":751,"height":460,"sizeSlug":"large"}

ସୌରାଷ୍ଟ୍ର ନିଜର ଘରୋଇ ମଇଦାନରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଗୁଜୁରାଟକୁ ୯୧ ରନରେ ପରାସ୍ତ କରିଥିଲା। ଅଧିନାୟକ ଜୟଦେବ ଉନାଦକତଙ୍କ ନେତୃତ୍ୱରେ ଦଳ ରଣଜୀ ଟ୍ରଫି ମୁକାବିଲା ଖେଳିବ। ଗତ ବର୍ଷ ମଧ୍ୟ ସୌରାଷ୍ଟ୍ର ଫାଇନାଲରେ ପହଁଚିଥିଲା କିନ୍ତୁ ନାଗପୁରରେ ଖେଳାଯାଇଥିବା ମୁକାବିଲାରେ ବିଦର୍ଭଠାରୁ ପରାସ୍ତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.