LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସିଏସକେ ଅଧିନାୟକ ପଦରୁ ହଟିବା ପରେ ହୋଟେଲ ଛାଡ଼ିଥିଲେ ରବିନ୍ଦ୍ର ଜାଡେଜା, ବୁଝାଇ ଦଳକୁ ଫେରାଇ ଆଣିଥିଲେ ଧୋନୀ

26/03/2023 at 2:57 PM

ନୂଆଦିଲ୍ଲୀ, ୨୬/୦୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍ ୨୦୨୩) ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ରହିଛି। ଲିଗ୍‌ର ପ୍ରଥମ ମାର୍ଚ୍ଚ ୩୧ ରେ ହେବ, ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପ୍ରତିଦ୍ବନ୍ଦ୍ବୀ  ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଆମ୍ନା-ସାମ୍ନି ହେବେ। ସିଏସକେର ଅଧିନାୟକ ପଦ ମହେନ୍ଦ୍ର ସିଂହ ଧୋନୀ ସମ୍ଭାଳୁଥିବାବେଳେ ଗୁଜରାଟ ଟିମ୍‌ର ଅଧିନାୟକତ୍ବ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା।

ଚେନ୍ନାଇ ଟିମ୍‌ ଦ୍ବିତୀୟ ଟିମ୍ ଭାବରେ ସବୁଠୁ ଅଧିକ ୪ ଥର ଟାଇଟଲ ଜିତିଛନ୍ତି। କିନ୍ତୁ ଗତ ସିଜିନ୍‌ରେ ଦଳ ପାଇଁ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲା। ଟିମ୍ ଟୁର୍ଣ୍ଣାମେଣ୍ଟରୁ ଠିକ୍ ଦୁଇ ଦିନ ପୂର୍ବରୁ ଧୋନୀଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ କରିଥିଲେ।ଏହାପରେ ଟିମ୍ ଖରାପ ସ୍ଥିତିର ସାମ୍ନା କରିଥିଲା। ଗତ ସିଜିନ୍‌ରେ ଜାଡେଜାଙ୍କ ଅଧିନାୟକତ୍ବରେ ଚେନ୍ନାଇ ଟିମ୍ ପ୍ରାରମ୍ଭିକ ୮ ମଧ୍ୟରୁ ଦୁଇଟି ହିଁ ମ୍ୟାଚ୍ ଜିତିଥିଲା। ଏମିତିରେ ଜାଡେଜାଙ୍କୁ ଅଧିନାୟକତ୍ବରୁ ହଟାଇ ପୁଣି ଧୋନୀଙ୍କୁ ଅଧିନାୟକ କରାଯାଇଥିଲା। କିନ୍ତୁ ଏହାପରେ ବି ଟିମ୍ ପ୍ଲେଅଫ୍‌ରେ ପହଞ୍ଚିପାରିନଥିଲା।

କିନ୍ତୁ ସେତେବଳେ କ୍ୟାପ୍ଟେନସିପ୍‌ ଯିବା ପରେ ଜାଡେଜା ଖୁବ୍ ନିରାଶ ହୋଇଥିଲେ। ଜାଡେଜା ଟୁର୍ଣ୍ଣାମେଣ୍ଟ ଅଧାରୁ ଟିମ୍‌ର ହୋଟେଲ ଛାଡ଼ି ଚାଲିଯାଇଥିଲେ। ସେ ସୋସିଆଲ ମିଡିଆରୁ ମଧ୍ୟ ଟିମ୍ ସହ ଥିବା ସବୁ ଫଟୋ ହଟାଇଥିଲେ। କୁହାଯାଉଥିଲା ଜାଡେଜା ଟିମ୍ ସହ ସମ୍ପର୍କ ଛିନ୍ନ ହୋଇଯିବ। କିନ୍ତୁ ପରେ ଧୋନୀ ଏହି ମାମଲା ସମ୍ଭାଳିଥିଲେ ଏବଂ ଜାଡେଜାଙ୍କୁ ମନାଇ ଫେରାଇ ଆଣିଥିଲେ।

ଏ​‌ବେ ଏହି ମାମଲାରେ ଏବେ କ୍ରିକ୍‌ବଜ୍ ଏହାର ଏକ ରିପୋର୍ଟରେ କହିଛନ୍ତି ଯେ ଧୋନୀ ଏବଂ ଜାଡେଜାଙ୍କ ମଧ୍ୟରେ ବେଶ୍ ଲମ୍ବା କଥାବାର୍ତ୍ତା ହୋଇଥିଲା। ଏହାପରେ ଜାଡେଜା ଚେନ୍ନାଇ ଟିମ୍ ସିଇଓ କାଶୀ ବିଶ୍ବନାଥନଙ୍କ ସହ ମଧ୍ୟରେ ଆଲୋଚନା ହୋଇଥିଲା। ଫାଞ୍ଚାଇଜି ତାଙ୍କୁ କହିଥିଲା ଯେ ଅଧିନାୟକତ୍ବ ତାଙ୍କ ଉପରେ ବୋଝ ହେଉଛି ଏହା ଯୋଗୁଁ ତାଙ୍କର ପ୍ରଦର୍ଶନ ଉପରେ ପ୍ରଭାବ ପଡ଼ୁଛି। ଏକଥା ଜାଡେଜା ମଧ୍ୟ ବୁଝିଥିଲେ। ଏହି ଚର୍ଚ୍ଚା ସମୟରେ ଧୋନୀ ଏବଂ ବିଶ୍ବନାଥନ ସଂପୂର୍ଣ୍ଣ ମାମଲାରେ ହୋଇଥିବା ଦ୍ବନ୍ଦ୍ବକୁ ମଧ୍ୟ ସ୍ପଷ୍ଟ କରିଥିଲେ। ଅବଶ୍ୟ ଜାଡାଜାଙ୍କ ଅସନ୍ତୋଷକୁ ଏ ପର୍ଯ୍ୟନ୍ତ ଖୁଲାସା ହୋଇପାରିନାହିଁ। ତେବେ ସବୁ କଥାବର୍ତ୍ତା ପରେ ଜଣାପଡ଼ିଥିଲା ଯେ ଜାଡେଜା ଟିମ୍‌ରେ ଅଛନ୍ତି। ତେବେ ଜାଡେଜାଙ୍କ ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ଚର୍ଚ୍ଚା ଚଳିତ ସିଜିନ୍‌ର ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଆସିଛି। ପ୍ରକୃତରେ ଗତ ଆଇପିଏଲ ସଂସ୍କରରେ କ୍ୟାପ୍ଟେନସିପ୍ କାରଣୁ ଜାଡେଜାଙ୍କ ପ୍ରଦର୍ଶନ ଖରାପ ରହିଥିଲା। ସେ ୧୦ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ୧୧୬ ରନ୍‌ କରିଥିଲେ। ବୋଲିଂରେ ମଧ୍ୟ ଖରାପ ପ୍ରଦର୍ଶନ ରହିଥିଲା।

   Related Posts