IPL 2023: ଜାଡେଜାଙ୍କ CSK ଛାଡିବା ନିଶ୍ଚିତ, ରିପୋର୍ଟରେ ବଡ ଦାବି

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ: ଆଇପିଏଲର ଚାରି ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଅଲଗା ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଆପିଏଲର ୧୫ତମ ସଂସ୍କରଣରେ ଦୁହିଁଙ୍କ ମଧ୍ୟରେ ଥିବା ବିବାଦ ସାମ୍ନାକୁ ଆସିଥିଲା । ବର୍ତ୍ତମାନର ଖବର ଅନୁସାରେ, ଦୁହେଁ ଅଲଗା ହୋଇପାରନ୍ତି । ରିପୋର୍ଟ ଅନୁସାରେ ଆଇପିଏଲ ୧୫ରୁ ଦୁହିଁଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନାହିଁ । ବିଦେଶ ଗସ୍ତରୁ ଫେରିବା ପରେ ଜାଡେଜା ବେଙ୍ଗାଲୁରୁ ସ୍ଥିତ ଏନସିଏରେ ପହଞ୍ଚିଥିଲେ, କିନ୍ତୁ ଏହି ସମୟରେ ସେ ସିଏସକେ ସହ କୌଣସି ପ୍ରକାର ଆଲୋଚନା କରି ନଥିଲେ ।

ପୂର୍ବତନ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ୧୫ତମ ସଂସ୍କରଣରେ ଆଶାନୁରୂପ ପ୍ରଦର୍ଶନ କରି ପାରି ନଥିଲା । ସିଜିନ ଆରମ୍ଭରେ ଜାଡେଜା ସିଏସକେର ଅଧିନାୟକ ହୋଇଥିଲେ, କିନ୍ତୁ ତାଙ୍କ ନେତୃତ୍ୱରେ ସିଏସକେ ଲଗାତାର ପରାଜିତ ହୋଇଥିଲା। ପରେ ଟୁର୍ଣ୍ଣାମେଣ୍ଟ ମଝିରେ ସେ ଅଧିନାୟକ ପଦ ଛାଡିଥିଲେ । ରିପୋର୍ଟ ଅନୁସାରେ, ଡାଜେଡାଙ୍କ ମ୍ୟାନେଜର ଅନ୍ୟ ଟିମ ସହ ଟ୍ରେଡିଂ ଅଫର୍ସ ନେଇ ଆଲୋଚନା କରୁଛନ୍ତି । ତେବେ ଜାଡେଜା ଟ୍ରେଡିଂ ୱିଣ୍ଡୋରେ ସାମିଲ ହେବା ପରେ ହିଁ ଅନ୍ୟ ଟିମ ସହ ଆଲୋଚନା କରିପାରିବେ । କିନ୍ତୁ ଏହା ପୂର୍ବରୁ ସିଏସକେ ଅଧିକାରୀ ଏବଂ ଜାଡେଜାଙ୍କ ମଧ୍ୟରେ ଏକ ବୈଠକ ହେବାର ସମ୍ଭାବନା ରହିଛି।

ରିପୋର୍ଟ ଅନୁସାରେ ଟୁର୍ଣ୍ଣାମେଣ୍ଟ ମଝିରେ ସିଏସକେର ଅଧିନାୟକ ପଦରୁ ହଟାଯିବାକୁ ନେଇ ଜାଡେଜା ଅସନ୍ତୁଷ୍ଟ ଅଛନ୍ତି । ଏହି କାରଣରୁ ସେ ପ୍ରାଞ୍ଚାଇଜ୍ ଛାଡିବା ପାଇଁ ମନ ସ୍ଥିର କରିସାରିଛନ୍ତି । ୨୦୧୨ ମସିହାରୁ ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସ ସହ ଜଡିତ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.