ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଟେଷ୍ଟ କ୍ରିକେଟରୁ ଅବସର ନେବେ ରବିନ୍ଦ୍ର ଜାଡେଜା ! ବାରମ୍ବାର ଦଳରୁ ବାଦ୍‌ ପଡୁଥିବାରୁ ନେଇପାରନ୍ତି ବଡ ନିଷ୍ପତ୍ତି

14/12/2021 at 3:59 PM

ନୂଆଦିଲ୍ଲୀ ୧୪/୧୨ : ବର୍ତ୍ତମାନ କ୍ରିକେଟରେ ବିଶ୍ବର ବେଷ୍ଟ ଅଲରାଉଣ୍ଡର ଭାବେ ଜଣାଶୁଣା ରବିନ୍ଦ୍ର ଜାଡେଜାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ୩ଟି ଯାକ ଫର୍ମାଟରେ ଦମଦାର ପ୍ରଦର୍ଶନ କରୁଥିବା ଷ୍ଟାର କ୍ରିକେଟର ଜାଡେଜା ଟେଷ୍ଟ କ୍ରିକେଟକୁ ଅଲବିଦା କହିପାରନ୍ତି । ଗତ କିଛିଦିନ ଧରି କ୍ରିକେଟର ୩ଟି ଯାକ ଫର୍ମାଟରେ ଚମତ୍କରୀ ପ୍ରଦର୍ଶନ କରୁଛନ୍ତି । ତେବେ ଏଭଳି ଖବର ଆସିବା ପରେ ଜାଡୁଙ୍କ ପ୍ରଣଂସକଙ୍କ ମଧ୍ୟରେ ନିରାଶା ଭାବ ଦେଖିବାକୁ ମିଳିଛି ।

ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଚମତ୍କାରିତା ଦେଖାଉଛନ୍ତି ଜାଡେଜା । କିନ୍ତୁ ଗତ କିଛି ଦିନ ହେଲା ସେ ଲଗାତାର ଭାବେ ଆହତ ଜନୀତ ସମସ୍ୟା ଦେଇ ଗତି କରୁଛନ୍ତି । ଏଥିପାଇଁ ଅନେକ ଥର ସେ ଦଳରୁ ବାଦ ପଡିଥିବା ନଜିର ମଧ୍ୟ ରହିଛି । ତେଣୁ କେବଳ ଦିନିକିଆ ଏବଂ ଟ୍ବେଣ୍ଟି ଟ୍ବେଣ୍ଟିଂକୁ ଫୋକସ୍‌ କରିବା ପାଇଁ ଜାଡୁ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳୁଛି ।

ଖବର ସରବରାହ ସଂସ୍ଥା ଦୈନିକ ଜାଗରଣରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚିନ୍ତା କରୁଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ହୋମ୍ ସିରିଜ ବେଳେ ମଧ୍ୟ ଜାଡେଜା ଆହତ ହୋଇଥିଲେ । ଯାହା ଫଳରେ ସେ ଦଳରୁ ବାହାରେ ରହିଥିଲେ । ବଡ କଥା ହେଉଛି ଆହତ କାରଣରୁ ସେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମଧ୍ୟ ଦଳରେ ସାମିଲ ନାହାନ୍ତି । ଦିନିକିଆ ଏବଂ ଟ୍ବେଣ୍ଟି ଟ୍ବେଣ୍ଟି କ୍ରିକେଟକୁ ଫୋକସ୍‌ କରିବା ପାଇଁ ଜାଡେଜା ଟେଷ୍ଟ କ୍ରିକେଟକୁ ଅଲବିଦା କହିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

ଜାଡୁଙ୍କ ଅନ୍ତରାଷ୍ଟ୍ରୀୟ ମ୍ୟାଚ କଥା କହିବାକୁ ଗଲେ ସେ ଭାରତ ପାଇଁ ମୋଟ ୫୭ଟି ଟେଷ୍ଟ, ୧୬୮ ଦିନିକିଆ ଏବଂ ୫୫ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୨୧୯୫ରନ କରିଥିବା ବେଳେ, ଦିନିକିଆରେ ୨୪୧୧ ଏବଂ ଟି ୨୦ରେ ୨୫୬ରନ କରିଛନ୍ତି । ସେହି ଭଳି ଓ୍ବିକେଟ କଥା କହିବାକୁ ଗଲେ ଟେଷ୍ଟରେ ୨୩୨ ଓ୍ବିକେଟ, ଦିନିକିଆରେ ୧୮୮ ଓ୍ବିକେଟ ଏବଂ ଟି ୨୦ରେ ୪୬ଟି ଓ୍ବିକେଟ ନେଇଛନ୍ତି ।

   Related Posts