Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇତିହାସ ରଚିଲେ ଜାଡେଜା, ଟେଷ୍ଟ କ୍ରିକେଟରେ ହେଲେ ଭାରତର ସବୁଠୁ ସଫଳ ବାମହାତୀ ସ୍ପିନର

10/06/2023 at 4:59 PM

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଡବ୍ଲୁଟିସି ଫାଇନାଲ ମୁକାବିଲାରେ ଇତିହାସ ରଚିଛନ୍ତି । ସେ ପୂର୍ବତନ ସ୍ପିନର ବିଶନ ସିଂ ବେଦୀଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟ୍ ଇତିହାସରେ ଭରାତ ପାଇଁ ସବୁଠୁ ସଫଳ ବାମହାତୀ ସ୍ପିନର ହୋଇଛନ୍ତି ।

ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ରବିନ୍ଦ୍ର ଜାଡେଜା ପ୍ରଥମ ଇନିଂସରେ ଶତକ ମାରିଥିବା ଦୁଇ ଦେଖାଳିଙ୍କୁ ପାଭେଲିୟନ ପଠାଇଥିଲେ । ଷ୍ଟିଭ ସ୍ମଥ୍ (୩୪) ଏବଂ ଡ୍ରାଭିସ୍ ହେଡ୍ (୧୮) ରନ କରି ଆଉଟ୍ ହୋଇଥିଲେ । ସେ ତୃତୀୟ ଦିନରେ ୯ ଓଭର ବୋଲିଂ କରି ୨୫ ରନ ଦେଇ ଦୁଇ ୱିକେଟ୍ ହାସଲ କରିଛନ୍ତି । ୬୫ ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଡେଜା ୨.୪୪ ଇକୋନମିକରେ ୨୬୭ ୱିକେଟ୍ ନେଇଛନ୍ତି । ବିଶନ ସିଂ ବେଦୀ ୬୭ ମ୍ୟାଚରେ ୨୬୬ ୱିକେଟ୍ ନେଇଥିଲେ ।

ଟେଷ୍ଟ କ୍ରିକେଟ୍ ଇତିହାସରେ ରବିନ୍ଦ୍ର ଜାଡେଜା ଚତୁର୍ଥ ସଫଳ ବାମହାତୀ ସ୍ପିନର ହୋଇଛନ୍ତି । ଶ୍ରୀଲଙ୍କାର ରଙ୍ଗନା ହେରାଥ (୯୩ ମ୍ୟାଚରେ ୪୩୩), ଡାନିୟଲ ଭିକ୍ଟୋରୀ (୧୧୩ ମ୍ୟାଚରେ ୩୬୨) ଏବଂ ଇଂଲଣ୍ଡର ଡେରେକ ଅଣ୍ଡରଉଡ୍ (୮୬ ମ୍ୟାଚରେ ୨୯୭ ୱିକେଟ୍)ଙ୍କ ପଛରେ ଜାଡେଜା ଅଛନ୍ତି । ରବିନ୍ଦ୍ର ଜାଡେଜା ୨୦୨୩ରେ ୫ଟି ମ୍ୟାଚରେ ୩୦.୫୦ ହାରରେ ୧୮୩ ରନ କରିଛନ୍ତି । ଏଥିରେ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ରହିଛି ।

Also Read: WTCରେ ରାହାଣେଙ୍କ ଜବରଦସ୍ତ ପ୍ରଦର୍ଶନ, ଭୂରି ଭୂରି ପ୍ରଶଂସା କଲେ ରିକି ପଣ୍ଟିଂ

   Related Posts