ବକ୍ସିଂ ଡେ ଟେଷ୍ଟ ଖେଳିବେ ରବୀନ୍ଦ୍ର ଜାଡେଜା ଓ ଶୁଭମାନ ଗିଲ୍ ? ବିସିସିଆଇ ଛାଡିଲା ଅଭ୍ୟାସର ଭିଡିଓ

Published By : Prameya-News7 Bureau | December 23, 2020 IST

ମେଲବୋର୍ଣ୍ଣ ୨୩।୧୨: ଆୟୋଜକ ଅଷ୍ଟ୍ରେଲିଆ ହାତରୁ ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟକୁ ଭୁଲି ଭାରତ ଡିସେମ୍ବର ୨୬ରେ ଆରମ୍ଭ ହେଉଥିବା ବକ୍ସିଂ ଡେ ଟେଷ୍ଟ ଖେଳିବାକୁ ପଡିଆକୁ ଓହ୍ଲାଇବ। ଏଥିପାଇଁ ଦଳ ଜୋରଦାର ଅଭ୍ୟାସ ଆରମ୍ଭ କରିଛି। ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ରେ ଆଜିଙ୍କ୍ୟ ରାହାଣେ ଦଳର ଅଧିନାୟକ ସମ୍ଭାଳିବେ। ଆସନ୍ନପ୍ରସବା ପତ୍ନୀ ଅନୁଷ୍କାଙ୍କ ସହିତ ରହିବା ପାଇଁ ନିୟମିତ ଅଧିନାୟକ ବିରାଟ କୋହଲି ଭାରତ ଫେରି ସାରିଛନ୍ତି।

ବକ୍ସିଂ ଡେ ଟେଷ୍ଟରେ ଭାରତୀୟ ଦଳରେ କିଛି ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏହାର ଝଲକ ବୁଧବାର ଅଭ୍ୟାସ ସେସନରେ ଦେଖିବାକୁ ମିଳିଛି। ଶୁଭମାନ ଗିଲ୍ ଓ ରବୀନ୍ଦ୍ର ଜାଡେଜା ନେଟ୍‌ରେ ବହୁତ ସମୟ ଝାଳ ବୁହାଇଛନ୍ତି। ଉଭୟଙ୍କୁ ଦ୍ଵିତୀୟ ଟେଷ୍ଟ ପାଇଁ ଦଳରେ ଚୟନ କରାଯାଇପାରେ।

wp:html /wp:html

ଗୋଲାପୀ ବଲ୍‌ରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ୍‌ରେ ଶୁଭମାନ ଗିଲ୍ ୪୩ ଓ ୬୫ ରନ କରିବା ସତ୍ଵେ ବି ପୃଥ୍ଵୀ ସଙ୍କୁ ସୁଯୋଗ ଦିଆଯାଇଥିଲା। ହେଲେ ଗିଲ୍ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଖାତା ଖୋଲିବାକୁ ବି ସକ୍ଷମ ହୋଇନଥିଲେ। ମୟଙ୍କ ଅଗ୍ରଓ୍ଵାଲଙ୍କ ସହିତ ଗିଲ୍ ଅଭ୍ୟାସ କରିଛନ୍ତି। କେଏଲ ରାହୁଲ ମଧ୍ୟ ନେଟ୍‌ରେ ସମୟ ବିତାଇଛନ୍ତି।

wp:html /wp:html

ଅଷ୍ଟ୍ରେଲିଆ ବିପକ୍ଷ  ପ୍ରଥମ ଟି-୨୦ ମ୍ୟାଚ୍‌ରେ ଆଘାତ ଲାଗିବାରୁ ଜାଡେଜା ବାକି ଦୁଇଟି ଟି-୨୦ ଓ ପ୍ରଥମ ଟେଷ୍ଟରୁ ବାଦ୍‌ ପଡିଥିଲେ। ଏବେ ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଜାଡେଜା ନେଟ୍‌ରେ ଅଭ୍ୟାସ୍ ଆରମ୍ଭ କରିଛନ୍ତି। ସେ ପାଖାପାଖି ଗୋଟିଏ ଘଣ୍ଟା ଅଭ୍ୟାସ୍ କରିଛନ୍ତି। ଜାଡେଜା ଚେତେଶ୍ଵର ପୂଜାରାଙ୍କୁ ବୋଲିଂ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.