oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଚହଲଙ୍କ କାହାଣୀ ଶୁଣି କ୍ରିକେଟ୍ ଜଗତରେ ଝଡ଼; ସେହୱାଗଙ୍କ ଠାରୁ ଶାସ୍ତ୍ରୀ କହିଲେ, ଥଟା ନୁହେଁ ଘଟଣା ଗୁରୁତର, ଏଭଳି ଲୋକଙ୍କୁ…

9/04/2022 at 5:31 PM

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ଲେଗ୍ ବ୍ରେକର ଯୁଜବେନ୍ଦ୍ର ଚହଲଙ୍କର କାହାଣୀ ଏବେ କ୍ରିକେଟ ଜଗତରେ ଝଡ଼ ସୃଷ୍ଟି କରିଛି। କିଏ ସେହି ଖେଳାଳି, ଯିଏ ଚହଲଙ୍କର ଏପରି ଅବସ୍ଥା କରିଥିଲେ? ତୁରନ୍ତ ତାଙ୍କୁ ଖୋଜା ଯାଉ ବୋଲି ଦାବି ଜୋର୍ ଧରିଛି।

ଖବର ଅନୁସାରେ ଗତକାଲି ଚହଲ ଏକ କାର୍ଯ୍ୟକ୍ରମରେ ଆର. ଅଶ୍ୱନୀ ଓ କରୁଣ ନାୟରଙ୍କ ସହିତ ନିଜ ଜୀବନ ସ୍ମୃତି ବାଣ୍ଟୁଥିଲେ। ଆଇପିଏଲ୍‌ରେ କେମିତି ଜଣେ ନିଶାଶକ୍ତ ସାଥି ଖେଳାଳି ତାଙ୍କୁ ୧୫ ମହଲା ଉଚ୍ଚାରୁ ଝୁଲାଇ ଦେଇଥିଲେ ସେଦିନ କାହାଣୀ ବଖାଣିଥିଲେ ଚହଲ। ଏହାପରେ ତୁରନ୍ତ ଏହି ଖବର ସାରା ଦେଶରେ ବିଜୁଳି ବେଗରେ ବ୍ୟାପିଯାଇଥିଲା। ଆଉ ଏହାର ତୁରନ୍ତ ପରେ ବୀରେନ୍ଦ୍ର ସେହବାଗ ଘଟଣାକୁ ଗୁରୁତର ସହ ନେବାକୁ ଟ୍ୱିଟ୍ କରି କହିଥିଲେ। ଏବେ କ୍ରିକେଟ୍ ଲିଜେଣ୍ଡ ରବିଶାସ୍ତ୍ରୀ ମଧ୍ୟ ଚହଲଙ୍କର କଥାରେ ପ୍ରତିକ୍ରିୟା ଦେଇ ଚିନ୍ତା ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ଏଭଳି ବ୍ୟକ୍ତିଙ୍କୁ କର୍ତ୍ତୃପକ୍ଷ ବ୍ୟାନ କରିବା କଥା ଏବଂ ସେମାନଙ୍କୁ ଜୀବନରେ କେବେ ବି କ୍ରିକେଟ୍ ପଡ଼ିଆକୁ ପଶିବାକୁ ଦେବା କଥା ନୁହେଁ।  
ଶାସ୍ତ୍ରୀ କହିଛନ୍ତି “ ଏହା ବଡ଼ ଚିନ୍ତାର ବିଷୟ। ଯଦି ଖେଳାଳି ଏଭଳି କାର୍ଯ୍ୟ କରିଥିବେ, ତେବେ ସେ ସୁସ୍ଥ ମାନସିକାତରେ ନଥିବେ। ଏହା ହସମଜାକର କଥା ନୁହେଁ। ମୁଁ ଜାଣିନି କିଏ ଏଭଳି କାର୍ଯ୍ୟ କରିଥିଲେ। ତେବେ ସେତେବେଳେ ସେ ନିହାତି ସୁସ୍ଥ ମାନସିକତାରେ ନଥିବେ। ଯଦି ସତରେ ଏଭଳି ହୋଇଥିବା ତେବେ ଏହା ବଡ଼ ଚିନ୍ତାର ବିଷୟ। ”

ଶାସ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଜଣଙ୍କର ଜୀବନ ବିପଦରେ ଅଛି, ସମସ୍ତ ହୁଏତ ଏକଥାକୁ ଥଟା ମଜାରେ ନେଇପାରନ୍ତି । ହେଲେ ମୋ ପାଇଁ ଏହା ଆଦୌ ଥଟାମଜାର ବିଷୟ ନୁହେଁ।

ଏଥିରୁ ଜଣାପଡ଼ୁଛି ଯେ ଯେଉଁ ବ୍ୟକ୍ତି ଏଭଳି କାମ କରୁଛନ୍ତି ସେ ସୁସ୍ଥମାନସିକତାରେ ନାହାଁନ୍ତି। ସେ ଆଗକୁ ମଧ୍ୟ ଏଭଳି କରିପାରନ୍ତି। ଆଉ ଏହ ଗ୍ରହଣୀୟ ନୁହେଁ ବୋଲି ଶାସ୍ତ୍ରୀ କହିଛନ୍ତି। ESPNcricinfo’s ‘T20 Time Out’. କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଶାସ୍ତ୍ରୀ।

ଶାସ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ପ୍ରଥମ ଥର ପାଇଁ ଏଭଳି ଭୟଙ୍କର ଘଟଣା ଶୁଣୁଛି। ଏହା ଥଟାମଜାର ବିଷୟ ନୁହେଁ। ଯଦି ଆଜିର ଦିନରେ ଏଭଳି ଘଟଣା ଘଟିବ ତେବେ। ତେବେ ତୁରନ୍ତ ସେବି  ବ୍ୟକ୍ତିଙ୍କୁ କ୍ରିକେଟରୁ ଅଜୀବନ ବାସନ୍ଦ କରାଯିବା ସହିତ ନିଷାନିବାରଣ କେନ୍ଦ୍ରକୁ ପଠାଯିବ। ଲାଇଫ୍‌ ବ୍ୟାନ୍ ଏମିତି ହେବ ଯେମିତି କ୍ରିକେଟ୍ ପଡ଼ିଆ ପାଖକୁ ବି ତାଙ୍କୁ ଆସିବାକୁ ଦିଆଯିବ ନାହିଁ। ତେବେ ସେ ବୁଝିବେ ଯେ ଏହା କେତେକ ମଜା କଥା ଥିଲା ନା ନାହିଁ।”

ଏହା ବାଦ ଘଟଣା ବିଷୟରେ ତୁରନ୍ତ ଅଭିଯୋଗ କରିବା ଉପରେ ଗୁରୁତ୍ୱ ଦେଇ ଶାସ୍ତ୍ରୀ କହିଛନ୍ତି ଯେ ଯଦି ଏଭଳି ଘଟଣା ଘଟୁଛି ତେବେ ଖେଳାଳି ଚୁପ୍ ନରହି ତୁରନ୍ତ ଏବିଷୟରେ ରିପୋର୍ଟ କରିବା ଦରକାର। ଅପେକ୍ଷା କରି ନିଜ ଜୀବନ ପ୍ରତି ବିପଦ ଡାକିଆଣିବା କଥା ନୁହେଁ ବୋଲି ଶାସ୍ତ୍ରୀ କହିଛନ୍ତି।

ଏହା ପୂର୍ବରୁ ସେହୱାଗ ମଧ୍ୟ ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରି କ୍ରିକେଟର ନାଁ ଖୁଲାସା କରିବା ସହିତ ମାମଲାକୁ ଗୁରୁତର ସହ ନେବାକୁ କହିଥିଲେ। ସେ ଟ୍ୱିଟ୍ କରି ପ୍ରତିକ୍ରିୟା ଦେଇଥିଲେ। ଏବେ ସେ ଏହି ଟ୍ୱିଟ୍‌କୁ ଡିଲିଟ୍ ମାରିଦେଇଛନ୍ତି।

   Related Posts