Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିଲେକ୍ସନ କମିଟିକୁ ଶାସ୍ତ୍ରୀଙ୍କ ପରାମର୍ଶ ; ଫର୍ମରେ ଥିବା ୨ ବ୍ୟାଟରଙ୍କୁ ଟିମ୍‌ରେ ସାମିଲ କର, ବିଶ୍ୱକପ୍‌ରେ ଫାଇଦା ମିଳିବ…

17/08/2023 at 8:47 AM

ମୁମ୍ବାଇ ୧୭।୦୮ : ସିଲେକ୍ସନ କମିଟିକୁ ପୂର୍ବତନ କୋଚଙ୍କ ପରାମର୍ଶ । ଯଦି ବିଶ୍ୱକପ୍‌ରେ ସଫଳ ହେବାକୁ ଚାହୁଁଛ । ତେବେ କିଛି କଡ଼ା ନିଷ୍ପତ୍ତି ନେବାକୁ ପଡିବ । ତେବେ ଯାଇ ଟିମ୍‌ ପରଫେକ୍ଟ କମ୍ବିନେସନରେ ପଡିଆକୁ ଓହ୍ଲାଇବ ।

ଭାରତୀୟ ଟିମ୍‌ର ପୂର୍ବତନ କୋଚ ରବି ଶାସ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସିନିୟର କ୍ରିକେଟ୍‌ର ଚୟନକର୍ତ୍ତା କିଛି କଥା ଉପରେ  ଧ୍ୟାନ ଦେବା ଉଚିତ୍‌ । ଯାହାଦ୍ୱାରା ଆମେ ବିଶ୍ୱକପ୍‌ ଜିତିବାରେ ସକ୍ଷମ ହେବା । କାହିଁକି ନା  ଆଗାମୀ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ଭାରତରେ ଆୟୋଜନ ହେବାକୁ ଯାଉଛି । ଟ୍ରଫି ଜିତିବା ରେସ୍‌ରେ ମଧ୍ୟ ଆୟୋଜକ ଦେଶ ରହିଛି ।ତେଣୁ ବିଶ୍ୱକପ୍‌ ଟିମ୍‌ରେ ଆମକୁ କିଛି ଏମିତି ଖେଳାଳିଙ୍କୁ ଚୟନ କରିବାକୁ ପଡିବ, ଯେଉଁମାନେ କୌଣସି ମୁହୂର୍ତ୍ତରେ ବି ବିରୋଧୀ ଟିମ୍‌କୁ ଚକ୍‌ମା ଦେଇପାରିବେ । ଚୟନକର୍ତ୍ତା ଟିମ୍‌ କିଛି କଡ଼ା ନିଷ୍ପତ୍ତି ନେବାକୁ ପଡିବ ।   ଏପିରିକି କିଛି ଯୁବ ଖେଳାଳିଙ୍କ ଦଳରେ ସାମିଲ କରିବାକୁ ପଡିବ । ଆଜିକା ଦିନରେ ତିଲକ ବର୍ମା ଏବଂ ୟଶସ୍ୱୀ ଜୈସଓ୍ୱାଲ ପରି ଟ୍ୟାଲେଣ୍ଟଡ୍‌ ଖେଳାଳିଙ୍କୁ ବିଶ୍ୱକପ୍‌ ଟିମ୍‌ରେ ସାମିଲ କରିବାକୁ ପଡିବ । ଉଭୟ ଖେଳାଳି ଖୁବ୍‌ ଦକ୍ଷ ଏବଂ ଟିମ୍‌ ପାଇଁ ଟ୍ରମ୍ପ କାର୍ଡ ସାଜିପାରନ୍ତି । ତେଣୁ ସେମାନଙ୍କୁ ଟିମ୍‌ ସାମିଲ୍‌ କରାଯିବା ଉଚିତ୍‌ ।

ଅନ୍ୟପଟେ ୨୦୨୩ କ୍ରିକେଟ୍‌ ବିଶ୍ୱକପ୍‌କୁ ଆଉ ୪୯ ଦିନ ବାକି ରହିଛି । ଏହିକ୍ରମରେ ଅନେକ ଦଳ ନିଜ ନିଜର ଟିମ୍‌ ଘୋଷଣ କରିବା ଆରମ୍ଭ କଲେଣି । ଏପିରିକି ଇଂଲଣ୍ଡ ଟିମ୍‌ ଦୀର୍ଘ ଦିନ ପରେ ଫେରିଛନ୍ତି ବେନ୍‌ ଷ୍ଟୋକ୍ସ । ଦିନିକିଆ କ୍ରିକେଟ୍‌ରୁ ଅବସର ନେଇସାରିଥିଲେ ବି ଇଂଲଣ୍ଡ ବୋର୍ଡର ଅନୁରୋଧକ୍ରମେ ଅବସର ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୫ ଆଇସିସି ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ଅକ୍ଟୋବର ୮ରେ ଭାରତ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ସହିତ ଖେଳିବ । ୨୦୨୩ ଦିନିକିଆ ବିଶ୍ୱକପରେ ମୋଟ ୧୨ଟି ଭେନ୍ୟୁ ରହିଛି । ଏଥିରେ ହାଇଦ୍ରାବାଦ୍‌, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି । ଗୌହାଟୀ ଏବଂ ଥିରୁଅନନ୍ତପୁରମ୍‌ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ୍‌ ମ୍ୟାଚ୍‌ ଖେଳାଯିବ ।

   Related Posts