Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୀତି ଆୟୋଗ ବୈଠକ ବର୍ଜନ ‘ଜନ-ବିରୋଧୀ’ ଏବଂ ‘ଦାୟିତ୍ୱହୀନତା’, ବହିଷ୍କାରକୁ ନିନ୍ଦା କଲା ବିଜେପି

27/05/2023 at 6:51 PM

ନୂଆଦିଲ୍ଲୀ: ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକକୁ ବହିଷ୍କାର କରିଥିବା ମୁଖ୍ୟମନ୍ତ୍ରୀମାନଙ୍କୁ ନିଶାନା କରିଛି ବିଜେପି । ଏହାସହ ବିରୋଧୀଙ୍କ ଏହି ପଦକ୍ଷେପକୁ ଜନ-ବିରୋଧୀ ଏବଂ ଦାୟିତ୍ୱହୀନ ବୋଲି ବିଜେପି କହିଛି । ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଅଷ୍ଠମ ବୈଠକ ଶନିବାର ନୂଆଦିଲ୍ଲୀରେ ଆରମ୍ଭ ହୋଇଛି । ବୈଠକରେ ଦେଶକୁ ୨୦୪୭ ସୁଦ୍ଧା ବିକଶିତ ଦେଶ କରାଇବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ ଏବଂ ଭିତ୍ତିଭୂମିର ବିକାଶ ସହ ଅନେକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯିବ ।

ନୀତି ଆୟୋଗ ବୈଠକ ସମୟ ଫଟୋ

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ ନୀତି ଆୟୋଗ ଦେଶର ବିକାଶ ପାଇଁ ଲକ୍ଷ୍ୟ ସ୍ଥିର କରିବା, ରୂପରେଖ ପ୍ରସ୍ତୁତ ତଥା ରୋଡମ୍ୟାପ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଅଟେ । ସେ କହିଛନ୍ତି ଯେ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକରେ ୧୦୦ଟି ପ୍ରସଙ୍ଗ ଉପରେ ଚର୍ଚ୍ଚାର ପ୍ରସ୍ତାବ କରିଛି । କିନ୍ତୁ ଆଠ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେଉ ନାହାନ୍ତି ।

ନୀତି ଆୟୋଗ ବୈଠକର ଅଧ୍ୟକ୍ଷତା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରବିଶଙ୍କର ପ୍ରସାଦ କହିଛନ୍ତି, ‘୧୦୦ଟି ପ୍ରସଙ୍ଗ ଉପରେ ଆଲୋଚନା ହେବାକୁଥିବା ବୈଠକକୁ ଏମାନେ କାହିଁକି ଆସୁନାହାନ୍ତି । ଏତେ ସଂଖ୍ୟାରେ ମୁଖ୍ୟମନ୍ତ୍ରୀ ସାମିଲ ନହୋଇ, ସେମାନେ ନିଜ ରାଜ୍ୟ ପାଇଁ ସ୍ୱର ଉଠାଉ ନାହାନ୍ତି । ବିଜେପି ନେତା କହିଛନ୍ତି ଯେ ଏହା ଦୁର୍ଭାଗ୍ୟପୂର୍ଣ୍ଣ, ଦାୟିତ୍ୱହୀନ ଏବଂ ଜନ ବିରୋଧୀ ଅଟେ । ସେ ପ୍ରଶ୍ନ କରିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧ କରିବା ଆଳରେ କେଉଁ ପର୍ଯ୍ୟନ୍ତ ଯିବେ’।

ନୀତି ଆୟୋଗ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ

ବିଜେପି ନେତା କହିଛନ୍ତି, ‘ମୋଦୀଙ୍କୁ ବିରୋଧ କରିବା ପାଇଁ ଆପଣଙ୍କୁ ଆହୁରି ସୁଯୋଗ ମିଳିବ, କିନ୍ତୁ ଆପଣଙ୍କ ରାଜ୍ୟବାସୀଙ୍କୁ କାହିଁକି କ୍ଷତି ପହଞ୍ଚାଉଛନ୍ତି’ ।  

ଏହି ଖବର ପଢନ୍ତୁ

   Related Posts