oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ନୂଆ ମନ୍ତ୍ରୀଙ୍କ ଶପଥ ପୂର୍ବରୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ପ୍ରକାଶ ଜାଭଡେକର ଓ ରବିଶଙ୍କର ପ୍ରସାଦ

7/07/2021 at 5:43 PM

ନୂଆଦିଲ୍ଲୀ ୦୭।୦୭: କେନ୍ଦ୍ରର ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ୪୩ ନୂଆ ମନ୍ତ୍ରୀ ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ କରିବେ। ହେଲେ ମନ୍ତ୍ରିମଣ୍ଡଳ ବିସ୍ତାର ଏବଂ ଅଦଳବଳରେ ଅନେକ ବରିଷ୍ଠ ମନ୍ତ୍ରୀ ଇସ୍ତଫା ଦେଇ ସାରିଲେଣି। ଡ.ହର୍ଷବର୍ଦ୍ଧନ, ସନ୍ତୋଷ ଗଙ୍ଗଓ୍ଵାର, ସନାନନ୍ଦ ଗୌଡଙ୍କ ପରେ ଏବେ ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ରବିଶଙ୍କର ପ୍ରସାଦ କ୍ୟାବିନେଟ୍ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ମିଶାଇ ଏ ଯାଏ ୧୪ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଲେଣି। ପ୍ରକାଶ ଜାବଡେକର କେନ୍ଦ୍ର କ୍ୟାବିନେଟ୍‌ରେ ଜଙ୍ଗଲ ଓ ପରିବେଶ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ। ସେହି ପରି ରବିଶଙ୍କର ପ୍ରସାଦ ଆଇନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିଲେ।

ଏହା ପୂର୍ବରୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, କେନ୍ଦ୍ରୀୟ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଦେବାଶ୍ରୀ ଚୌଧୁରୀ ଓ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହା ବ୍ୟତୀତ ଶିକ୍ଷା ରାଜ୍ୟ ମନ୍ତ୍ରୀ ସଂଜୟ ଧୌତ୍ରୋ, ଜଙ୍ଗଲ ଏବଂ ପର୍ଯ୍ୟାବରଣ ରାଜ୍ୟ ମନ୍ତ୍ରୀ ବାବୁଲ୍ ସୁପ୍ରିଓ, ରାୱ ସାହବ ଦାନବେ, ରତନ ଲାଲ୍ କାଟାରିଆ, ପ୍ରତାପ ଷଡ଼ଙ୍ଗୀ, ଦେବ ଶ୍ରୀ ବାନାର୍ଜୀ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ସାରିଛନ୍ତି। ।

   Related Posts