ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ମ୍ୟାଚ୍ ପାଇଁ ନିଜର ପ୍ଲେଇଂ ଇଲେଭେନ୍ ବାଛିଲେ ଶାସ୍ତ୍ରୀ, ଏହି ଷ୍ଟାର୍ ବ୍ୟାଟର୍ ଆଉଟ୍

6/06/2022 at 7:58 AM

ନୂଆଦିଲ୍ଲୀ ୦୬/୦୬:   ଆଉ କିଛି ଦିନ ପରେ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ୍ । କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ୍ ଏହି ସିରିଜ୍ ଉପରେ କବଜା କରିବାକୁ ପ୍ରୟାସ କରିବ । କିନ୍ତୁ ପ୍ରଥମ ମ୍ୟାଚରେ ଚୂଡାନ୍ତ ଏକାଦଶରେ କିଏ ସାମିଲ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ପ୍ରଥମ ମ୍ୟାଚ୍ ପାଇଁ ନିଜର ପ୍ଲେଇଂ ଇଲେଭେନ୍ ବାଛିଛନ୍ତି । ଯେଉଁଥିରେ ସେ ଅନେକ ଚକିତ କଲାଭଳି ନିଷ୍ପତ୍ତି ନେଇଛନ୍ତି ।

ଶାସ୍ତ୍ରୀ ପ୍ରଥମ ମ୍ୟାଚ୍ ପାଇଁ କେଏଲ ରାହୁଲଙ୍କ ସହ ରୁତୁରାଜ ଗାଏକଓ୍ୱାଡଙ୍କୁ ଓପନର ଭାବେ ବାଛିଚନ୍ତି ।ଏହାପରେ ଇଶାନ କିଷାନ, ଶ୍ରେୟସ ଆୟର ଓ ଋଷଭ ପନ୍ତଙ୍କୁ ସୁଯୋଗ ମିଳିବ ।

ସେ କହିଛନ୍ତି ଯେ, ରାହୁଲଙ୍କ ସହ ରୁତୁରାଜ ଓଫନିଂ କରିବା ଦଳ ପାଇଁ ଭଲ । ଇଶାନଙ୍କ ପାଇଁ ନମ୍ବର ୩ ସ୍ଥାନ ପ୍ରଯୁଜ୍ୟ । ଏହାରେ ଶ୍ରେୟସ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆସିବେ । ବୋଲିଂ ବିଭାଗରେ ଅକ୍ଷର ପଟେଲ, ଭୁବନେଷ୍ୱର କୁମାର, ୟୁଜବେନ୍ଦ୍ର ଚହଲଙ୍କୁ ସେ ଦଳରେ ରଖିଛନ୍ତି । ଏହାସହ ଅର୍ଶଦୀପ ସିଂଙ୍କୁ ସେ ଦଳରେ ନେବାକୁ ପରାମର୍ଶ ଦେଇଛନ୍ତି ।

ସବୁଠାରୁ ଚକିତ କଲା ଭଳି କଥା ହେଲା ଯେ, ଶାସ୍ତ୍ରୀ ଦିନେଶ କାର୍ତ୍ତିକଙ୍କୁ ଦଳରେ ରଖି ନାହାଁନ୍ତି । ଆଇପିଏଲ ୨୦୨୨ରେ ଦିନେଶ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେ ବାଙ୍ଗାଲୋର ପାଇଁ ବେଷ୍ଟ୍ ଫିନିଶର ପାଲଟିଥିଲେ । ଫଳରେ ୩୭ ବର୍ଷ ବୟସରେ ସେ ପୁଣି ଟିମ୍ ଇଣ୍ଡିଆକୁ ଫେରିଥିଲେ ।

   Related Posts