ନୂଆଦିଲ୍ଲୀ ୧୬।୦୬: ନିକଟରେ କେନ୍ଦ୍ର ସରକାରଙ୍କ ତରଫରୁ ଅଗ୍ନିପଥ ଯୋଜନା ଘୋଷଣା କରାଯାଇଛି। ଏହା ଅଧୀନରେ ଦେଶର ବର୍ତ୍ତମାନ ଯୁବପିଢିମାନେ ୪ ବର୍ଷ ପର୍ଯ୍ୟନ୍ତ ସଶସ୍ତ୍ର ବାହିନୀରେ ଭର୍ତ୍ତି ହୋଇପାରିବେ। ସେପଟେ ମୋଦି ସରକାରଙ୍କ ଏହି ଯୋଜନା ଉପରେ ଭାରତୀୟ ଜନତା ଦଳର ନେତା ତଥା ଅଭିନେତା ରବି କିଷାନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଯାହାକୁ ନେଇ ରବି କିଶନ କହିଛନ୍ତି କି ତାଙ୍କ ଝିଅ ଇଶିତା ଶୁକ୍ଲା ମଧ୍ୟ ଏହି ଅଗ୍ନିପଥ ଯୋଜନାର ଏକ ଅଂଶ ହୋଇ ସେନାରେ ଯୋଗଦେବାକୁ ଚାହୁଁଛନ୍ତି।
ବାସ୍ତବରେ ମଙ୍ଗଳବାର ଅର୍ଥାତ୍ ୧୪ ତାରିଖ ଦିନ ମୋଦୀ ସରକାର ଅଗ୍ନିପଥ ଯୋଜନା ବିଷୟରେ ଘୋଷଣା କରିଥିଲେ । ଏହି ଅନୁଯାୟୀ ଦେଶର ଯୁବକମାନେ ସୀମିତ ସମୟ ପାଇଁ ସେନାରେ ଯୋଗଦେବାର ସୁଯୋଗ ପାଇବେ। ପରେ ଏହି ଯୋଜନା ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା । ଏହି ସମୟରେ ଅଭିନେତା ରବି କିଶନ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରି ତାଙ୍କ ଝିଅର ଇଚ୍ଛା ବିଷୟରେ ପ୍ରକାଶ କରି କହିଛନ୍ତି।
wp:html/wp:htmlमेरी बिटिया ईशिता शुक्ला ,आज सुबह बोली पापा I wanna b in #AgnipathRecruitmentScheme I said go ahead beta 🇮🇳 pic.twitter.com/BkxoOB81QQ
— Ravi Kishan (@ravikishann) June 15, 2022
ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ମୋ ଝିଅ ଇଶିତା ଆଜି ସକାଳେ କହିଛି କି ପାପା ମୁଁ ଅଗ୍ନିପଥ ସେନାରେ ଯୋଗଦେବାକୁ ଚାହୁଁଛନ୍ତି। ଏହା ଶୁଣିବା ପରେ ମୁଁ ତାକୁ ଆଗକୁ ବଢିବାକୁ କହିଲି । ଏହା ବ୍ୟତୀତ ଫଟୋରେ ଦେଖିବାକୁ ମିଳିଛି କି ରବି କିଶନଙ୍କ ଝିଅ ତାଙ୍କ ହାତରେ ଏନସିସି କ୍ୟାଡେଟର ସାର୍ଟିଫିକେଟ୍ ଧରିଛନ୍ତି । ଯାହା ଖୁବ୍ ଭାଇରାଲ୍ ହେଉଛି । ଅନ୍ୟପଟେ ରବି କିଶନଙ୍କ ଟ୍ୱିଟରେ ଟ୍ରୋଲରମାନେ ତାଙ୍କୁ ଟାର୍ଗେଟ କରି ଟ୍ରୋଲ କରିଛନ୍ତି।