ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ;ହଷ୍ଟେଲ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ
9/05/2018 at 5:52 AM

ରେଭେନ୍ସା ବିଶ୍ବବିଦ୍ୟାଳୟ ହଷ୍ଟେଲ ଛାଡୁଛନ୍ତି ଛାତ୍ରଛାତ୍ରୀ । ଗତକାଲି ଦିନ ତମାମ ଛାତ୍ର ଅଶାନ୍ତି ଦେଖାଯିବା ପରେ ବିଶ୍ବବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ସକାଳ ୧୦ଟା ସୁଦ୍ଧା ହଷ୍ଟେଲ୍ ଛାଡ଼ିବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗତକାଲିଠୁ ନିର୍ଦ୍ଦେଶ ଦିଆଯାଇଥିଲା ।ତେଣୁ ଅଘଟଣ ଆଶଙ୍କାରେ ବିଶ୍ବବିଦ୍ୟାଳୟ ପରିସରରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି । କୋର୍ସ ଫି ବୃଦ୍ଧି ଏବଂ ୨୮ ତାରିଖ ସୁଦ୍ଧା ହଷ୍ଟେଲ୍ ଛାଡ଼ିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେବା ପରେ ଛାତ୍ର ଅଶାନ୍ତି ଦେଖା ଦେଇଥିଲା । ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବିରୋଧ କରି ବିକ୍ଷୋଭ କରିଥିଲେ । ରାତି ଯାଏଁ କୁଳପତିଙ୍କୁ ଘେରାଉ କରି ରଖିଥିଲେ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ । ଧୀରେ ଧୀରେ ପରିସ୍ଥିତି ଅଣାୟତ୍ତ ହେବାରୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି ।