scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଆଇଏସ୍‌ଓ-୧୭୦୨୫ ଓ ଏନଏବିଏଲ୍ ମାନ୍ୟତା, ପରୀକ୍ଷା ହେବ ଅକ୍ସିଜେନର ଶୁଦ୍ଧତା

13/07/2023 at 4:50 PM

Ravenshaw University

କଟକ ୭: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅକ୍ସିଜେନର ଶୁଦ୍ଧତା ପରୀକ୍ଷା କରାଯାଇ ପାରିବ । ରାଜ୍ୟର ପ୍ରଥମ ଥର ପାଇଁ ଏ ପ୍ରକାର ସୌଭାଗ୍ୟ ଅର୍ଜନ କରିଛି ରେଭେନ୍ସା । ଭାରତ ସରକାରଙ୍କ NABL ବା ନେସନାଲ ଆକ୍ରିଡେସନ ବୋର୍ଡ଼ ଫର ଟେସଟିଙ୍ଗ ଆଣ୍ଡ କାଲିବ୍ରେସନ ଲାବ୍ରୋଟୋରି ପକ୍ଷରୁ ମାନ୍ୟତା ପାଇଛି ରେଭେନ୍ସା ବିଶ୍ୱବିଦ୍ୟାଳୟ । ଆଉ ଚଳିତ ବର୍ଷ ଜୁନ ମାସରେ ହାତେଇଛି ISO 17025 ସାର୍ଟିଫିକେଟ । ରସାୟନ ବିଜ୍ଞାନ ବିଭାଗରେ ଏହାର ଲାବ୍ରୋଟୋରି କାର୍ଯ୍ୟ ଆରମ୍ଭ କରିଛି । ରୋଗୀ ସେବା କ୍ଷେତ୍ରରେ ବ୍ୟବହାର କରାଯାଉଥିବା ଅକ୍ସିଜେନର ଶୁଦ୍ଧତାକୁ ଏହି ଲାବ୍ରୋଟୋରିରେ ପରୀକ୍ଷା କରାଯାଇ ସାର୍ଟିଫିକେଟ ହାସଲ କରିପାରିବେ ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ ।

କେବଳ ମେଡିକାଲ ନୁହେଁ ବରଂ ଅକ୍ସିଜେନ ପ୍ରସ୍ତୁତ କରୁଥିବା ସଂସ୍ଥାଗୁଡିକ ମଧ୍ୟ ରେଭେନ୍ସାରେ ଅକ୍ସିଜେନର ଶୁଦ୍ଧତା ପରୀକ୍ଷା କରି NABL ଟେସଟିଙ୍ଗ ସାର୍ଟିଫିକେଟ ପାଇ ପାରିବେ । ବିଶେଷ କରି କରୋନା ମହାମାରୀ ସମୟରେ ଅକ୍ସିଜେନର କେତେ ଗୁରୁତ୍ୱ ଥିଲା ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ତେଣୁ କଟକ ସମେତ ରାଜ୍ୟର ବିଭିନ୍ନ ମେଡିକାଲ ଗୁଡିକରେ ବ୍ୟବହୃତ ହେଉଥିବା ଅକ୍ସିଜେନ ସିଲିଣ୍ଡର ଗୁଡିକର ମାନ ଓ ଶୁଦ୍ଧତା ଏଣିକି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରୀକ୍ଷା କରାଇ ପାରିବେ ବୋଲି ରସାୟନ ବିଜ୍ଞାନ ବିଭଗର ବିଭାଗୀୟ ମୁଖ୍ୟ କହିଛନ୍ତି ।

ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ୫୫ ଲକ୍ଷ ଟଙ୍କା ବ୍ୟୟରେ ରେଭେନ୍ସାରେ ସ୍ଥାପନ କରାଯାଇଛି GC ଆଣ୍ଡ GC-MS ଲାବ୍ରୋଟୋରି । ସାଧାରଣତଃ ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ୯୬ ପ୍ରତିଶତ ଅକ୍ସିଜେନ ସହ ସର୍ବାଧିକ 5 PPM ତଳକୁ  କାର୍ବନ ମନକ୍ସସାଇଡ ଏବଂ ସର୍ବାଧିକ 300 PPM ତଳକୁ କାର୍ବନ ଡାଇଅକ୍ସାଇଡ ରହିବା ଆବଶ୍ୟକ । ଏସବୁକୁ ଜାଣିବା ପାଇଁ ପ୍ରଥମେ ହାଇଡ୍ରୋଜେନ ଓ ଅକ୍ସିଜେନକୁ ମଏଶ୍ଚର ଟ୍ରାପ ଓ ଅକ୍ସିଜେନ ଟ୍ରାପ ଦେଇ, GC ମେସିନ ସାହାଯ୍ୟରେ ସିଲିଣ୍ଡରରେ ଥିବା ଲିକ୍ୟୁଇଡ଼ ଅକ୍ସିଜେନରେ କେତେ ମାତ୍ରାରେ କେଉଁ ଗ୍ୟାସ ଅଛି ତାକୁ କମ୍ପ୍ୟୁଟର ପ୍ରୋଗ୍ରାମିଂ ଦ୍ୱାରା ଅଲଗା ଅଲଗା କରି ଅକ୍ସିଜେନର ଶୁଦ୍ଧତାକୁ ମପା ଯାଇଥାଏ ।

ତେବେ ଏହି ପରୀକ୍ଷା ପାଇଁ ଗୋଟେ ଦିନରୁ ଦୁଇ ଦିନ ସମୟ ଲାଗିଥାଏ ବୋଲି ରସାୟନିକ ବିଭାଗର ଆସୋସିଏଟ ପ୍ରଫେସର କହିଛନ୍ତି । ରେଭେନ୍ସା ରସାୟନ ବିଜ୍ଞାନ ବିଭଗରେ ଅଧ୍ୟୟନ କରୁଥିବା ପିଜି ଓ  ପିଏଚଡି ଛାତ୍ରଛାତ୍ରୀ ଏଠାରେ ଶିକ୍ଷାଲାଭ କରିବା ସହ ତାଲିମ ବି ନେଇପାରିବେ ।

You Can Read :

   Related Posts