ପୁଣିଥରେ ବାଜିବ ରେଭେନ୍ସା ରେଡିଓ, ୨୦୧୧ରେ ହୋଇଥିଲା ଆରମ୍ଭ

Published By : Prameya-News7 Bureau | February 20, 2019 IST

କଟକ ୨୦|୨ (ରାକେଶ ରୋଷନ ମହାନ୍ତି) : ପୁଣିଥରେ ବାଜିବ ରେଭେନ୍ସା ରେଡିଓ। ଏହାକୁ କାର୍ଯ୍ୟକ୍ଷମ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚି ସାରିଲାଣି। ଖୁବଶୀଘ୍ର ଟେଷ୍ଟିଂ କାମ ସରିବା ପରେ ଟେଲିକାଷ୍ଟ ହେବ ରେଭେନ୍ସା କମ୍ୟୁନିଟି ରେଡିଓ।

{"id":87098}

ପ୍ରତୀକ୍ଷାର ଘଟିବ ଅନ୍ତ। ପୁଣି ଚାଲୁ ହେବ ରେଭେନ୍ସା କମ୍ୟୁନିଟି ରେଡିଓ। ଏଥିପାଇଁ ରେଡିଓ ଷ୍ଟେସନର ମରାମତି ଚାଲିଥିବା ନେଇ ସୂଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ। ପୂର୍ବରୁ ଥିବା ଷ୍ଟୁଡିଓରେ କିଛି ପରିବର୍ତ୍ତନ କରାଯିବା ସହ ନୂଆ ଷ୍ଟୁଡିଓ ପାଇଁ ତିନିଟି ଗୃହ କାମ ଶେଷ ହୋଇଥିବା ଜଣାପଡିଛି। ଯେଉଁଥିରେ ଗୋଟିଏ ଷ୍ଟୁଡିଓ, କାର୍ଯ୍ୟାଳୟ ଓ କଣ୍ଟ୍ରୋଲରୁମ ରହିଛି। କିଛି ନୂଆ ଯନ୍ତ୍ରାଂଶ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ଚଳିତ ମାସରେ ବିଜ୍ଞପ୍ତି ବି ପ୍ରକାଶ କରିପାରନ୍ତି ବୋଲି ଜଣାପଡିଛି। ଯନ୍ତ୍ରାଂଶ କିଣା ସରିବା ପରେ ମାର୍ଚ୍ଚ ଶେଷ ସୁଧା ଷ୍ଟେସନକୁ ପ୍ରସ୍ତୁତ କରାଯାଇ ଏପ୍ରିଲକୁ ରେଡିଓକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

{"id":87099}

ରେଭେନ୍ସାର ଜର୍ଣ୍ଣାଲିଜିମ୍ ଆଣ୍ଡ ମାସ୍ କମ୍ୟୁନିକେସନ ବିଭାଗର ମୁଖ୍ୟଙ୍କୁ ଏହାର ମରାମତି ଓ କାର୍ଯ୍ୟକ୍ଷମ ଦାୟିତ୍ବ ଦିଆଯାଇଛି। ତେବେ ରେଡିଓ କାର୍ଯ୍ୟକ୍ଷମ ହେଲେ ତାହା ଏହି ବିଭାଗର ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ ସୁବିଧାଦାୟକ ହେବ। ବିଶ୍ବବିଦ୍ୟାଳୟରେ ହେଉଥିବା କାର୍ଯ୍ୟକ୍ରମ ସହ ସ୍ଥାନୀୟ ଅଂଚଳର କିଛି ସମସ୍ୟା ଓ ଖବରକୁ ଏଥିରେ ପ୍ରସାରିତ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ପାଖାପାଖି ୧୫ ଏୟାର କିଲୋମିଟର ଦୂରତା ପର୍ଯ୍ୟନ୍ତ ପ୍ରସାରିତ ହେବାକୁ ଥିବା ରେଭେନ୍ସା ରେଡିଓରେ ଦିନକୁ ପ୍ରାୟ ୬ଘଣ୍ଟାର କାର୍ଯ୍ୟକ୍ରମ ଶ୍ରୋତାମାନଙ୍କ ନିକଟରେ ପହଂଚିବ। ଏହାସହ ମୋବାଇଲ ଆପ୍ ଜରିଆରେ ରେଡିଓକୁ ଶ୍ରୋତାଙ୍କ ପାଖରେ ପହଂଚାଇବା ପାଇଁ ଉନ୍ନତ ଉ ନୂତନ ଜ୍ଞାନ କୗଶଳର ବ୍ୟବହାର କରାଯାଉଛି। ତେବେ ନିଜ କଲେଜ ପରିସରରୁ ରେଡିଓ ପ୍ରସାରଣକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ ।

{"id":87100}

ଓଡିଶାର ପ୍ରଥମ କ୍ୟାମ୍ପସ ରେଡିଓ ଷ୍ଟେସନ ହେଉଛି ରେଭେନ୍ସା ରେଡିଓ। ୨୦୧୧ରେ ତତ୍କାଳୀନ ରେଭେନ୍ସାର ଭାଇସ ଚାନ୍ସସେଲର ଦେବଦାସ ଛୋଟରାୟ ଏହାକୁ ଆରମ୍ଭ କରି ଓଡିଶାର କମ୍ୟୁନିଟି ରେଡିଓ କ୍ଷେତ୍ରରେ କଲେଜ କ୍ୟାମ୍ପସକୁ ସାମିଲ କରିଥିଲେ। ୩୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ରେଡିଓ ଷ୍ଟେସନରୁ ୯୦.୪ମେଗାହର୍ଜ ଯୋଗେ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା। କିନ୍ତୁ ବୈଷୟିକ ତୃଟି ଓ ଆର୍ଥିକ ସମସ୍ୟା ପାଇଁ ଦୀର୍ଘ ଦିନ ଧରି ବନ୍ଦ ପଡିଥିଲା ରେଭେନ୍ସା ରେଡିଓ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.