ପ୍ରେମରେ ପାଗଳ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ରବିନା ଟଣ୍ଡନ : ଅଜୟ ଦେବଗନ ଦେଇଥିଲେ ତାଙ୍କୁ ଏହି ଧମକ

Published By : Prameya-News7 Bureau | October 26, 2019 IST

ମୁମ୍ବାଇ ୨୬/୧୦: ରବିନା ଟଣ୍ଡନ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଅଭିନୟ ପାଇଁ ଜାତୀୟ ପୁରସ୍କାର ଜିତିଥିବା ରବିନାଙ୍କର ଆଜି ଜନ୍ମଦିନ। ୧୯୭୪ମସିହା ଅକ୍ଟୋବର ୨୬ତାରିଖରେ ଜନ୍ମ ହୋଇଥିବା ରବିନାଙ୍କୁ ବଲିଉଡରେ ୨୭ବର୍ଷ ପୂରି ସାରିଲାଣି। ତାଙ୍କ ନାଁ ଦିନେ ଅଜୟ ଦେବଗନଙ୍କ ସହ ଯୋଡ଼ାଯାଉଥିଲା। ଏପରି ମଧ୍ୟ କୁହାଯାଉଥିଲା ଯେ ରବିନା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

{"id":175024,"width":582,"height":499}

ଅଜୟ ଦେବଗନ ଏବେ କାଜୋଲ୍ ଏବଂ ନିଜ ପିଲାଙ୍କ ସହ ଖୁସିରେ ତାଙ୍କ ଜୀବନ ବିତାଉଛନ୍ତି। କିନ୍ତୁ ଦିନେ ତାଙ୍କର ଆଫେୟାରକୁ ନେଇ ଚର୍ଚ୍ଚା ହେଉଥିଲା। ଅଜୟ ଯେଉଁ ଅଭିନେତ୍ରୀଙ୍କ ସହ କାମ କରୁଥିଲେ ତାଙ୍କ ଉପରେ ଫିଦା ହୋଇଯାଉଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀ ହେଉଛନ୍ତି ରବିନା ଟଣ୍ଡନ।

{"id":175025,"width":591,"height":337}

ଅଜୟ ଦେବଗନ ଏବଂ ରବିନା ଟଣ୍ଡନଙ୍କ ଏହି ପ୍ରେମ କାହାଣୀ ଉପରେ କେହି ଏତେ ଗୁରୁତ୍ବ ଦେଇନଥିବେ। ‘ଦିଲଓ୍ବାଲେ’ ଫିଲ୍ମର ସୁଟିଂ ସମୟରେ ଉଭୟଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ରବିନା ତାଙ୍କ ପ୍ରେମରେ ପାଗଳ ଥିଲେ। ଉଭୟଙ୍କ ଆଫେୟାରର ଖବର ଅଧିକାଂଶ ସମୟରେ ମ୍ୟାଗାଜିନ୍ ଏବଂ ଖବରକାଗଜରେ ପ୍ରକାଶିତ ହେଉଥିଲା। ସେହି ସମୟରେ ଅଜୟ, କରିଶ୍ମା କପୁରଙ୍କ ସହ ଫିଲ୍ମ ‘ଜିଗର’ର ସୁଟିଂ କରୁଥିଲେ।

{"id":175027}

ସେତେବେଳେ ଅଜୟ ,ରବିନାଙ୍କୁ ଛାଡ଼ି କରିଶ୍ମାଙ୍କ ପଛରେ ପଡ଼ିଥିଲେ। ଏସବୁ ଦେଖି ରବିନା ଡିପ୍ରେସନରେ ଚାଲିଯାଇଥିଲେ। ଏପରିକି ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅଜୟ ତାଙ୍କ ବୟାନରେ କହିଥିଲେ ଯେ ରବିନା କେବଳ ପବ୍ଲିସିଟି ନାଟକ କରିବା ବାହାନାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ କେବଳ ଲାଇମଲାଇଟକୁ ଆସିବାକୁ ଚାହୁଁଥିଲେ।

{"id":175028}

ରବିନା କହିଥିଲେ ଯେ ଅଜୟ ତାଙ୍କୁ ଲଭ ଲେଟର ଲେଖିଥିଲେ ଏବଂ ଏବେ ସେ ତାଙ୍କୁ ଧୋକା ଦେଉଛନ୍ତି। ଏହାର ଉତ୍ତରରେ ଅଜୟ କହିଥିଲେ ଯେ ରବିନାଙ୍କୁ ପାଗଳଙ୍କ ଡାକ୍ତରଙ୍କ ଆବଶ୍ୟକତା ରହିଛି। ସେ ତାଙ୍କର ବନ୍ଧୁ ନଥିଲେ କି ସେ କେବେ ବି ତାଙ୍କୁ ଭଲ ପାଇନଥିଲେ। ସେ ଏସବୁ କେବଳ ଇମାଜିନ୍ କରୁଛନ୍ତି। ଅଜୟ ଏହା ମଧ୍ୟ କହିଥିଲେ ଯେ ରବିନା ତାଙ୍କ ନାଁରେ ନିଜକୁ ଚିଠି ଲେଖୁଥିଲେ।

{"id":175029}

ଯଦି ତାଙ୍କର ସାହସ ଅଛି ତେବେ ଏହି ଚିଠିକୁ ଛାପି ତାଙ୍କୁ ଦେଖାନ୍ତୁ। କେବଳ ଏତିକି ନୁହେଁ ଅଜୟ ଏକ ସାକ୍ଷାତକାରରେ ରବିନାଙ୍କୁ ଧମକ ଦେଇ କହିଥଲେ ଯେ ଯଦି ସେ ତାଙ୍କ ବିରୋଧରେ ଅଭିଯୋଗ କରିବାରୁ ବିରତ ହେବେ ନାହିଁ ତେବେ ସେ ଏତେ ପର୍ଦ୍ଦା ଫାଶ କରିବେ ଯେ ରବିନା କେଉଁଠି ନିଜର ମୁହଁ ଦେଖାଇ ପାରିବେ ନାହିଁ। ଠିକ୍ ସେତିକିବେଳେ ରବିନାଙ୍କୁ ‘ମୋହରା’ ଫିଲ୍ମ ମିଳିଥିଲା। ଅକ୍ଷୟ କୁମାରଙ୍କ ସହ କାମ କରିବାବେଳେ ସେ ତାଙ୍କୁ ମଧ୍ୟ ଭଲ ପାଇବସିଥିଲେ। ତା’ପରେ ସେ ଅଜୟଙ୍କୁ ଭୁଲି ପାରିନଥିଲେ।

{"id":175043}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.