'କେଜିଏଫ୍‌ ୨'ରେ ଏହି ଅଭିନେତ୍ରୀ କରିବେ ଏଣ୍ଟ୍ରି…

Published By : Prameya-News7 Bureau | February 11, 2020 IST

ମୁମ୍ବାଇ୧୧|୨: ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ୍‌ଙ୍କୁ ନିଜ ପ୍ରତିଭା ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ୯୦ ଦଶକର ସୁନ୍ଦରୀ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଫିଲ୍ମ ଆଜି ମଧ୍ୟ ଦର୍ଶକ ଦେଖିବା ପସନ୍ଦ କରନ୍ତି। ଦିଲୱାଲେ, ମୋହରା, ଦୁଲ୍‌ହେ ରାଜା, ଲାଡଲା, ଅନ୍ଦାଜ ଅପନା ଅପନା ଓ ଛୋଟେ ମିୟା ବଡେ ମିୟା ଭଳି ଫିଲ୍ମରେ ନିଜର ଦମଦାର ଅଭିନୟ ଯୋଗୁଁ ଲୋକଙ୍କ ଦିଲରେ ରାଜ କରିଥିଲେ ରବିନା। ୨୦୧୯ ମସିହାରେ ଚର୍ଚ୍ଚିତ ରିଆଲିଟି ଶୋ' 'ନଚ୍‌ ବଲିୟେ ୯'ରେ ଜଜ୍‌ ହୋଇଥିଲେ ରବିନା। ଏବେ ରବିନା ବଡ଼ ପରଦାରେ ନଜର ଆସିବେ।

{"id":223203,"sizeSlug":"large"}

ସୂଚନାଯୋଗ୍ୟ ଯେ, ରବିନା କନ୍ନଡ଼ର ସୁପରହିଟ୍‌ ଫିଲ୍ମ 'କେଜିଏଫ୍‌'ର ସିକ୍ୱେଲ୍‌ 'କେଜିଏଫ୍‌୨'ରେ ନଜର ଆସିବେ। ଏହି ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତ ଏଣ୍ଟ୍ରି କରିଥିଲେ। ୨୦୧୮ମସିହାରେ 'କେଜିଏଫ୍' ଫିଲ୍ମ ରିଲିଜ୍‌ ହୋଇଥିଲା । ଏହା ସୁପରହିଟ୍‌ ମଧ୍ୟ ହୋଇଥିଲା। ଏବେ 'କେଜିଏଫ୍‌ ୨'ରେ ରବିନାଙ୍କ ଏଣ୍ଟ୍ରି ବିଷୟରେ ସୂଚନା ମିଳିଛି। ଫିଲ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍‌ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ରବିନାଙ୍କ ସହ ଏକ ଫଟୋ ସେୟାର କରି ଏହି ବିଷୟରେ ଘୋଷଣା କରିଛନ୍ତି।

{"id":223204,"sizeSlug":"large"}

ସେ ଲେଖିଛନ୍ତି ଯେ, 'ଡେଥ୍‌ ୱାରେଣ୍ଟ ଜାରି କରିଥିବା ମହିଳାଙ୍କର ଏଣ୍ଟ୍ରି ହୋଇଯାଇଛି। 'କେଜିଏଫ୍‌ ୨'ର ଟିମ୍‌କୁ ରବିନା ଟଣ୍ଡନ୍‌ଙ୍କୁ ସ୍ୱାଗତ କରିଛନ୍ତି ନିର୍ଦ୍ଦେଶକ ପ୍ରଶାନ୍ତ। ରିପୋର୍ଟ ଅନୁସାରେ ଫିଲ୍ମରେ ରମିକା ସେନ୍‌ଙ୍କ ଭୂମିକାରେ ଅଭିନୟ କରିବେ ରବିନା। ସେହିପରି ସଞ୍ଜୟ ଦତ୍ତ ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିବେ।

{"id":223205,"sizeSlug":"large"}

'କେଜିଏଫ୍‌ ୨' ଫିଲ୍ମର ପୋଷ୍ଟର କିଛି ପୂର୍ବରୁ ରିଲିଜ୍‌ ହୋଇଥିଲା। କନ୍ନଡ ଅଭିନେତା ୟଶ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିବେ। କନ୍ନଡ଼ ସହିତ ହିନ୍ଦୀ, ତାମିଲ୍, ତେଲୁଗୁ ଓ ମାଲାୟଲମ୍‌ ଭାଷାରେ ଫିଲ୍ମ ରିଲିଜ୍‌ ହେବ। ଏହି ଫିଲ୍ମର ରିଲିଜ୍‌ ହେବା ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି। ତେବେ ପ୍ରଥମ ପାର୍ଟ ଭଳି ଏହି ଫିଲ୍ମ ବକ୍ସଅଫିସ୍‌ରେ ହିଟ୍‌ ହେବ ବୋଲି ପ୍ରଶଂସକଙ୍କ ଆଶା ରହିଛି। ଚଳିତ ବର୍ଷ ଜୁଲାଇ ମାସରେ ଫିଲ୍ମଟି ମୁକ୍ତିଲାଭ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.