ମୁମ୍ବାଇ୨୫|୧୧: ୯୦ ଦଶକର ସୁନ୍ଦରୀ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଫିଲ୍ମ ଆଜି ମଧ୍ୟ ଦର୍ଶକ ଦେଖିବା ପସନ୍ଦ କରନ୍ତି।ଅନେକ ଲୋକଙ୍କ ଦିଲରେ ରାଜ କରୁଥିଲେ ବଲିଉଡ ବିଉଟି ରବିନା।ଦିଲୱାଲେ, ମୋହରା, ଦୁଲ୍ହେ ରାଜା, ଲାଡଲା, ଅନ୍ଦାଜ ଅପନା ଅପନା ଓ ଛୋଟେ ମିୟା ବଡେ ମିୟା ଭଳି ଫିଲ୍ମରେ ନିଜର ଦମଦାର ଅଭିନୟ ଯୋଗୁଁ ଲୋକଙ୍କୁ ଘାୟଲ କରୁଥିଲେ ରବିନା।
{"id":189684,"sizeSlug":"large"}
ରବିନା ପ୍ରତି ଭୂମିକାରେ ଅଭିନୟ କରିବାରେ ସଫଳ ହୋଇଛନ୍ତି।ଏଥିପାଇଁ ଗୋଟେ ସମୟରେ ସେ ସବୁ ଅଭିନେତାଙ୍କ ସହ କାମ କରିବାରେ ନଜର ଆସିଥିଲେ।ଶାହରୁଖ ଖାନଙ୍କ ସହ ରବିନାଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରନ୍ତି।ଏବେ ରବିନା ଫିଲ୍ମ ଜଗତରୁ ଦୂରରେ ଅଛନ୍ତି ସତ ହେଲେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି।
{"id":189687,"sizeSlug":"large"}
ଏହା ବ୍ୟତୀତ ସେ ଟିଭି ଶୋ’ରେ ମଧ୍ୟ ନଜର ଆସନ୍ତି।ନିକଟରେ ରବିନା ଏକ ଲାଇଭ ଶୋ’କୁ ଅତିଥି ହୋଇ ଯାଇଥିଲେ। ସେଠାରେ ସେ ଶାହରୁଖଙ୍କ ସହ ନିଜ ସମ୍ପର୍କ ନେଇ ଅନେକ କଥା କହିଥିଲେ।
{"id":189685,"sizeSlug":"large"}
ରବିନା କହିଥିଲେ ଯେ, ଶାହରୁଖ ଖାନ ଓ ତାଙ୍କ ସମ୍ପର୍କ ବହୁତ ମଜବୁତ।ଶାହରୁଖ ଯେବେ ତାଙ୍କ ସ୍ବାମୀ ଅନୀଲ ଥଡାନୀଙ୍କୁ ଭେଟନ୍ତି ସେତେବେଳେ ସେ ରବିନାଙ୍କ ସୁଗନ୍ଧ ନେଇ ବହୁତ ପ୍ରଶଂସା କରନ୍ତି। ଶାହରୁଖ ଅନୀଲଙ୍କୁ କୁହନ୍ତି ଯେ, ତାଙ୍କ ପାଖରେ ପତ୍ନୀ ରୂପରେ ଜଣେ ସୁଗନ୍ଧିତ ଅଭିନେତ୍ରୀ ଅଛନ୍ତି।
{"id":189686,"sizeSlug":"large"}
ଉଭୟ ଏକା ସହ କାମ କଲା ବେଳେ ମଧ୍ୟ ଶାହରୁଖ ସବୁବେଳେ ରବୀନାଙ୍କୁ କହୁଥିଲେ ଯେ, “ତୁମହାରି ସୁଗନ୍ଧ ବହୁତ ଅଛି ହୈ” । ଆଜି ମଧ୍ୟ ଶାହରୁଖ ତାଙ୍କୁ ଭେଟିଲେ ରବିନାଙ୍କୁ ଆଘ୍ରାଣ କରନ୍ତି ବୋଲି ସେ କହିଥିଲେ। ଶାହରୁଖ ଓ ରବିନା ଜାଦୁ, ପହଲା ନଶା,ଜମାନା ଦିୱାନା ଓ ୟେ ଲମ୍ହେ ଜୁଦାଇ ଭଳି ଫିଲ୍ମରେ ଏକା ସହ ଅଭିନୟ କରିଛନ୍ତି।
wp:heading {"level":1}