Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ସୁଟିଂ ଦିନ ଉପବାସ ରଖୁଥିଲେ ‘ରାମାୟଣ’ର ରାବଣ, ଚରିତ୍ରରେ ଅଭିନୟ ପାଇଁ ପ୍ରଥମ ପସନ୍ଦ ଥିଲେ ଅମରିଶ ପୁରୀ

4/10/2022 at 10:39 PM

ନୂଆଦିଲ୍ଲୀ: ‘ଆଦିପୁରୁଷ’ରେ ସୈଫ ଅଲୀ ଖାନଙ୍କ ରାବଣ ଅବତାରକୁ ନେଇ ଖୁବ୍ ବିବାଦ ଲାଗି ରହିଛି। ତାଙ୍କ ଲୁକ୍‌କୁ ନେଇ ହିନ୍ଦୁ ସଂଗଠନ ଏବଂ ବିଜେପି ଆପତ୍ତି ଉଠାଇବା ସହ ଫିଲ୍ମକୁ ନିଷେଧ କରିବାକୁ ଦାବି କରିଛନ୍ତି। ଟିଜର ରିଲିଜ୍ ହେବା ପରଠୁ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଫିଲ୍ମରେ ବିଭିନ୍ନ ଚରିତ୍ରର ତୁଳନା ରାମାନନ୍ଦ ସାଗରଙ୍କ ‘ରାମାୟଣ’ ସହ କରାଯାଉଛି। ୮୦ ଦଶନ୍ଧିରେ ପ୍ରସାରିତ ‘ରାମାୟଣ’ ପାଇଁ କଳାକାର ନିଜର ସବୁ କିଛି ଦେଇ ଦେଇଥିଲେ। ଏହି କାରଣରୁ ଆଜି ବି ଉକ୍ତ ଧାରାବାହିକରେ ଅଭିନୟ କରିଥିବା କଳାକାର ନିଜ ଚରିତ୍ର ପାଇଁ ବେଶ ପରିଚିତ ଅଛନ୍ତି। ରାବଣ ଚରିତ୍ର ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ଘରେ ଘରେ ଲୋକପ୍ରିୟ ହୋଇଥିଲେ, ମାତ୍ର ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ରାବଣ ଚରିତ୍ରରେ ଅଭିନିୟ ପାଇଁ ସେ ରାମାନନ୍ଦ ସାଗରଙ୍କ ପ୍ରଥମ ପସନ୍ଦ ନଥିଲେ।

ଏମିତି ମିଳିଥିଲା ରାବଣର ଚରିତ୍ର

ଅରବିନ୍ଦ ତ୍ରିବେଦୀ ମଧ୍ୟ ପ୍ରଦେଶର ଇନ୍ଦୋର ନିବାସୀ ଥିଲେ ଏବଂ ଗୁଜରାତି ଫିଲ୍ମରେ ଅଧିକ କାମ କରିଛନ୍ତି। ଯେବେ ସେ ଜାଣିବାକୁ ପାଇଲେ ଯେ, ରାମାନନ୍ଦ ସାଗର ‘ରାମାୟଣ’ ନିର୍ମାଣ କରୁଛନ୍ତି, ସେ ଗୁଜରାଟରୁ ମୁମ୍ବାଇ ଅଡିସନ ଦେବାକୁ ଧାଇଁ ଆସିଥିଲେ। ସେ କୈବର୍ତ୍ତ ଚରିତ୍ରରେ ଅଡିସନ ଦେଇଥିଲେ। କାରଣ ରାବଣ ଚରିତ୍ରରେ ଅମରିଶ ପୁରୀ ଅଭିନୟ କରନ୍ତୁ ବୋଲି ସମସ୍ତେ ଚାହୁଁଥିଲେ। ଯେବେ ଅରବିନ୍ଦ କୈବର୍ତ୍ତ ଭୂମିକାରେ ଅଡିସନ ଦେଇ ବାହାରକୁ ଆସିବା ବେଳେ ତାଙ୍କର ଚାଲି ଢଙ୍ଗ, ଶୈଳୀ ଏବଂ ବ୍ୟକ୍ତିତ୍ଵ ଦେଖି ରାମାନନ୍ଦ ସାଗର ତାଙ୍କୁ ରାବଣ ଚରିତ୍ରରେ ଅଭିନୟ ପାଇଁ ଅଫର ଦେଇଥିଲେ। ରାବଣ ଚରିତ୍ରରେ ନିଜକୁ ଖାପଖୁଆଇବା ପାଇଁ କଠୋର ପରିଶ୍ରମ କରୁଥିଲେ। ସୁଟିଂର ପାଞ୍ଚ ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରିବାକୁ ପଡୁଥିଲା। ଅଳଙ୍କାରଠୁ ନେଇ ପୋଷାକର ଓଜନ ବହୁତ କିଲୋ ଥିଲା। କେବଳ ମୁକୁଟ ହିଁ ୧୦ କିଲୋ ଓଜନର ଥିଲା।

ସୁଟିଂ ସମୟରେ ରହୁଥିଲେ ଉପବାସ

ଅରବିନ୍ଦ ନିଜେ ରାମଭକ୍ତ ଏବଂ ଶିବ ଭକ୍ତ ଥିଲେ। ଯେଉଁ ଦିନ ସୁଂଟିରେ ଯାଉଥିଲେ, ପୂରା ଦିନ ଉପବାସ ରହୁଥିଲେ। ସୁଟିଂ ସରିବା ପରେ ସେ ରାତିରେ ନିଜର ଉପବାସ ଭାଙ୍ଗୁଥିଲେ। ଏହାକୁ ନେଇ ତାଙ୍କ ମନରେ ବହୁତ ଅବଶୋଷ ରହୁଥିଲା ଯେ, ସ୍କ୍ରିପ୍ଟ କାରଣରୁ ତାଙ୍କୁ ଭଗବାନ ରାମଙ୍କ ପାଇଁ କଠୋର ଶବ୍ଦର ପ୍ରୟୋଗ କରିବାକୁ ପଡୁଥିଲା।

୮୨ ବର୍ଷ ବସୟସରେ ପରଲୋକ

କରୋନା କାଳରେ ଯେବେ ରାମାୟଣର ପ୍ରସାରଣ ହେଲା ଅରବିନ୍ଦ ତ୍ରିବେଦୀ ପୁଣି ଥରେ ଚର୍ଚ୍ଚାରେ ଆସିଥିଲେ। ପ୍ରଶଂସକଙ୍କ ସହ ଭାବର ଆଦାନ ପ୍ରଦାନ ପାଇଁ ସେ ସୋସିଆଲ ମିଡିଆ ପେଜ୍ ତିଆରି କରିଥିଲେ। ଗତ ବର୍ଷ ଅକ୍ଟୋବର ୬ରେ ୮୨ ବର୍ଷ ବୟସରେ ଅରବିନ୍ଦଙ୍କ ପରଲୋକ ଘଟିଥିଲା।

   Related Posts