ମୂଷା କାଟି ଦେଲା ୨ ଲକ୍ଷ ଟଙ୍କା ନୋଟ୍, ପେଟ ଅପରେସନ ପାଇଁ ବହୁ କଷ୍ଟରେ ଜମା କରିଥିଲେ ଚାଷୀ

Published By : Prameya-News7 Bureau | July 18, 2021 IST

ହାଇଦ୍ରାବାଦ ୧୮/୦୭ : ଟଙ୍କା ନଷ୍ଟ ହୋଇଥିବା ବିଭିନ୍ନ ମାମଲା ଆପଣ ଦେଖିଥିବେ ଏବଂ ଶୁଣିଥିବେ। ବ୍ୟବସାୟରେ କ୍ଷତି ଠାରୁ ଆରମ୍ଭ କରି ଠକେଇ ଭଳି ଅନେକ ମାମଲା ପ୍ରତିଦିନ ଶୁଣିବାକୁ ମିଳେ। କିନ୍ତୁ ତେଲେଙ୍ଗାନାର ଜଣେ କୃଷକ ଯେପରି ଯନ୍ତ୍ରଣା ଭୋଗୁଛନ୍ତି ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚାଷୀଙ୍କ ବ୍ୟାଗରେ ରଖାଯାଇଥିବା ଟଙ୍କାକୁ ମୂଷାମାନେ କାଟି ଦେଇଛନ୍ତି। ସେ ବି ହଜାରେ କି ଦୁଇ ହଜାର ଟଙ୍କା ନୁହେଁ ପୁରା ଦୁଇ ଲକ୍ଷ ଟଙ୍କା।

ରେଡ୍ଡୀ ନାୟକ ତେଲେଙ୍ଗାନାର ଇନ୍ଦିରାନଗର ଥାଣ୍ଡାର ଭେମାନୁର ଗାଁର ରୁହନ୍ତି ଜଣେ କୃଷକ। ସେ ତାଙ୍କ ଟଙ୍କା ଏକ ବ୍ୟାଗରେ ରଖି ଆଲମାରୀରେ ରଖିଥିଲେ। ଇଣ୍ଡିଆ ଟୁଡେ ଖବର ଅନୁଯାୟୀ ରେଡ୍ଡୀ ପେଟ ଅପରେସନ ପାଇଁ ଏହି ଟଙ୍କା ଜମା କରିଥିଲେ। ରେଡ୍ଡୀଙ୍କ ଅନୁଯାୟୀ ସେ ପନିପରିବା ବିକ୍ରି କରି ଏହି ଟଙ୍କା ଜମା କରିଥିଲେ। ଆଉ କିଛି ସମ୍ପର୍କୀୟଙ୍କୁ ମାଗି ରଖିଥିଲେ। ପୁରା ରାଶି ୨ ଲକ୍ଷ ଟଙ୍କା ଥିଲା ଯାହାକୁ ସେ ଏକ କପଡା ବ୍ୟାଗରେ ଭର୍ତ୍ତି କରି ଆଲମାରିରେ ରଖିଦେଇଥିଲେ। ଦିନେ ଯେତେବେଳେ ସେ ଆଲମାରୀ ଖୋଲି ଦେଖିଲେ ମୂଷା ସବୁ ଟଙ୍କା କାଟି ଦେଇଛି।

ରେଡ୍ଡୀ ନାୟକ ନିଜର ରୋଜଗାର ପାଇଁ ପନିପରିବା ବିକ୍ରି କରନ୍ତି। ସେ ଏକ ଦୁଇ ଚକିଆ ଯାନରେ ପନିପରିବା ନେଇ ଘର ଘର ବୁଲି ବିକନ୍ତି। ରେଡ୍ଡୀ କହିଛନ୍ତି ଯେ ଚିରା ନୋଟ ବଦଳାଇବା ପାଇଁ ସେ ଅନେକ ବ୍ୟାଙ୍କ ନିକଟକୁ ଯାଇଥିଲେ, କିନ୍ତୁ ସମସ୍ତ ବ୍ୟାଙ୍କ ଅଧିକାରୀ ମନା କରିଦେଇଥିଲେ। ତେବେ ବ୍ୟାଙ୍କଗୁଡିକ ତାଙ୍କୁ ଆରବିଆଇର ହାଇଦ୍ରାବାଦ ଶାଖାରେ ରିପୋର୍ଟ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ ଯେ ନିକଟରେ ଆର୍ବିଆଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଯେ ଚିରା ଫଟା ନୋଟ୍ ବଦଳାଇ ଦିଆଯିବ। କିନ୍ତୁ ମୂଷା କାଟିଥିବା ନୋଟଗୁଡିକର ସମାଧାନ ହୋଇପାରିଲା ଭଳି ଜଣାପଡୁନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.