ପାଣିରେ ପଡିଲା ୧୫ଶହ ଟଙ୍କା : ୧୨ ବୋତଲ ମଦ ପିଇଦେଲେ ମୂଷା, ଲକଡାଉନରେ ବନ୍ଦ ଥିଲା ଦୋକାନ

Published By : Prameya-News7 Bureau | July 06, 2021 IST

ତାମିଲନାଡୁ ୬/୭ : ୧୨ ବୋତଲ ମଦ ପିଇଦେଲେ ମୂଷା । ଏକଥା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । କିନ୍ତୁ ବାସ୍ତବରେ ଏପରି ଘଟଣା ଘଟିଛି । ତାମିଲନାଡୁର ନଜର ଆସିଛି ଏପରି ଅବିଶ୍ୱନୀୟ ଘଟଣା । ନୀଲଗିରି ଜିଲ୍ଲା ଗୁଡାଲୁର ସହର ଟିଏଏସଏମଏସିରେ ଥିବା ଗୋଟିଏ ମଦ ଦୋକାନରୁ ମୂଷାମାନେ ଲକଡାଉନର ଭଲ ଫାଇଦା ନେଇଥିଲେ । ଅର୍ଥାତ୍ ଦୋକାନ ବନ୍ଦ ଥିବାରୁ ମୂଷାମାନେ ଏଠାରେ ଆତଙ୍କରାଜ ଚଳାଇଥିଲେ ।

ଏଠାରେ ଥିବା ସରକାରୀ ମଦ ଦୋକାନରେ ୧୨ ବୋତଲ ମଦ ପିିଇ ଖାଲି କରିଦେଇଛନ୍ତି । ସୋମବାର ଦିନ ଏହି ଘଟଣା ସାମ୍ନାକୁ ଆସିଥିଲା ​​ଯେତେବେଳେ ଦୋକାନର ଜଣେ କର୍ମଚାରୀ ସେଦିନ ଦୋକାନ ଖୋଲିଥିଲେ । ୧୨ଟି ମଦ ବୋତଲ ଖାଲି ଥିବା ଦେଖିବାକୁ ମିଳିଥିଲା । ସୂଚନା ଥାଉକି, ଲକଡାଉନ୍ ହେତୁ ଏହି ଦୋକାନ ବହୁତ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିଲା ।

କର୍ମଚାରୀ ଜାଣିବାକୁ ପାଇଛନ୍ତି ଯେ ଏହି ବୋତଲଗୁଡ଼ିକରେ ମଦ ଥିଲା, ଯାହା ବର୍ତ୍ତମାନ ଖାଲି ଅଛି । ତାଙ୍କ ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ପରେ TASMAC ର ସୁପରଭାଇଜର ତଥା ବରିଷ୍ଠ ଅଧିକାରୀମାନେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ ଏଠାରେ ବହୁତଗୁଡ଼ିଏ ମୂଷା ଅଛନ୍ତି ଏବଂ ସେମାନେ ମଦ ପିଇ ବୋତଲ ଖାଲି କରିଛନ୍ତି । ଅଧିକାରୀ କହିଛନ୍ତି ଯେ ଏହି ବୋତଲଗୁଡ଼ିକର ମୂଲ୍ୟ ପ୍ରାୟ ୧୫୦୦ ଟଙ୍କା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.