ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ଶେଷ : ଡୁପ୍ଲିକେଟ୍ ଚାବି ଥିବା ଜଣାପଡୁଛି, ପରବର୍ତ୍ତୀ ବୈଠକରେ ହେବ ନିଷ୍ପତ୍ତି

Published By : Prameya-News7 Bureau | July 06, 2024 IST

ପୁରୀ ୦୬।୦୭ : ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ଶେଷ । ଶନିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ବସିଥିଲା ପ୍ରଥମ ବୈଠକ । ଚାବି ମିଳିବା ପରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । 

ତେବେ ବୈଠକ ପରେ ଜଷ୍ଟିସ୍‌ ବିଶ୍ୱନାଥ ରଥ କହିଛନ୍ତି ଯେ, ଆସନ୍ତା ୯ ତାରିଖ ଦିନ ୧୦ଟାରେ ପୁନର୍ବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ବସିବ । ସବୁ କାଗଜ ପତ୍ର ଯାଞ୍ଚ କରଯାଇଛି। ଡୁପ୍ଲିକଟେ ଚାବି ଅଛି। ୯ ତାରିଖରେ ଚାବି ପ୍ରଡ୍ୟୁସ ହେବ। ସେହିଦିନ ନିଷ୍ପତି ହେବ। ଚାବି ବହୁ ଦଶନ୍ଧି ଧରି ଖୋଲା ଯାଇନି। ତେଣୁ ଜଙ୍କ ଲାଗି ଥାଇପାରେ। ଯଦି ତାଲା ନଖୋଲେ, ତେବେ ଭଙ୍ଗାଯିବ। କମିଟିର ଉଦ୍ଦେଶ୍ୟ ଗଣତି ଓ ମରାମତି ହେବ। ଗଣତି ନେଇ ଏସଓପି ଜାରି କରାଯିବ। ଗହଣା ସୁରକ୍ଷା, ରକ୍ଷଣାବେକ୍ଷଣ ଦିଗକୁ ଧ୍ୟାନ ଦିଆଯିବ। ଅଲଗା ଜାଗାକୁ ଗଲେ ଦେଖାଯିବ। କିଏ ଚିହ୍ନିବ ତାଙ୍କୁ ଅଣାଯିବ। ଗହଣା କେଉଁଠି ରଖାଯିବ ସେନେଇ ମନ୍ଦିର ମ୍ୟାନେଜିଂ କମିଟି ନିଷ୍ପତି ନେବେ । ରତ୍ନଭଣ୍ଡାର ମଧ୍ୟରେ ବହୁ ରାଜାଙ୍କ ମୁକୁଟ ରହିଛି । ଆମକୁ ସୁପରଭାଇଜ କରିବା ପାଇଁ ଏହି ଟିମ୍ ଗଠନ କରାଯାଇଛି ।ଆମେ ସଜେଦନ ଦେବୁ ସରକାରଙ୍କୁ । କି ୨୦ ଜଣ ଲୋକ ଭିତରକୁ ଯିବେ ନାହିଁ, ଅଳ୍ପ ଲୋକ ଯିବେ । ମନ୍ଦିର ଭିତରକୁ ଠାକୁର ଫେରିବା ପୂର୍ବରୁ ସବୁ କାମ ସାରିବୁ । ମୁଁ ମନ୍ଦିରର ସେବକ ତେଣୁ ସେବା କରିବି ।

 ଅନ୍ୟପଟେ ଭଣ୍ଡାର ମେକାପ କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବା ଦାୟିତ୍ୱ ସରକାରଙ୍କୁ ହସ୍ତାନ୍ତର । ବୈଠକରେ ନିଷ୍ପତ୍ତି ପରେ ଜିଲ୍ଲାପାଳଙ୍କୁ ଦିଆଗଲା ଚାବି ଖୋଜିବାର ଦାୟିତ୍ବ  । ଚାବି ଖୋଜାଯାଇ ବାହାର କରିବା ପରେ ନିଆଯିବ ରତ୍ନଭଣ୍ଡାରର ଖୋଲିବା ପାଇଁ ନିଷ୍ପତ୍ତି ହେବ । ତେବେ ରାଜ୍ୟ ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ୧୬ ଜଣିଆରେ କମିଟିରେ ଭଣ୍ଡାର ମେକାପଙ୍କୁ କରାଯାଇନଥିଲା ସାମିଲ । ଶ୍ରୀମନ୍ଦିର ସତ୍ବଲିପି ଆଧାରରେ ଭଣ୍ଡାର ମେକାପକୁ କମିଟିରେ କରାଗଲା ସାମିଲ୍ । ସରକାର ନିର୍ଦ୍ଧାରିତ ତାରିଖରେ ରତ୍ନଭଣ୍ଡାର ଖୋଲିବେ । ତେଣୁ ଆଜିର ଆଜିର ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ଆଲୋଚନା ହୋଇନି । ରତ୍ନଭଣ୍ଡାର ଚାବି ମନ୍ଦିର ପ୍ରଶାସନ ପାଖରେ ଅଛି ।

  • puri
  • Deva Snana Purnima 2024
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.